୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହ କାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଟି ବିଲ୍‌ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷା […] The post ୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି appeared first on Dharitri Odia News.

୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହ କାର୍ଯ୍ୟ ୨୯ ଓ ୩୦ ତାରିଖରେ ବନ୍ଦ ରଖାଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨ଟି ବିଲ୍‌ ଆଗତ କରିଥିଲେ। ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାର୍ବଜନୀନ ପରୀକ୍ଷା ପ୍ରଣାଳୀକୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନଗୁଡିକୁ ରୋକିବା ଲାଗି ସରକାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ୨୦୨୪କୁ ଉପସ୍ଥାପନ କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା କର ଆଦାୟ ଲକ୍ଷ୍ୟ ନେଇ ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମକୁ କାର୍ଯ୍ୟକାରୀ କରିବାରେ କେତେକ ଅସୁବିଧା ଅନୁଭୂତ ହେଉଥିଲା। ଏଥିରେ ରହିଥିବା ବିଭିନ୍ନ ଅସୁବିଧା ଦୂରକରିବା ସକାଶେ ରାଜ୍ୟ ସରକାର ଓଡ଼ିଶା ଦ୍ରବ୍ୟ ଓ ସେବା କର(ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪କୁ ଉପସ୍ଥାପନ କରିଛନ୍ତି।

The post ୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି appeared first on Dharitri Odia News.