କହୁଛନ୍ତି କମ୍, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ପରେ ହେବ ବଡ଼ ଖୁଲାସା!
ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ। ଯେତେବେଳେ ତାଙ୍କୁ ସମ୍ମାନ ମିଳୁଥିଲା ସେ ଖୁସି ଅନୁଭବ କରୁଥିଲେ। ଦାନିଶ ଏହାର ସୁଯୋଗ ନେଇ ତାଙ୍କ ମାଧ୍ୟମରେ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ। ମନସ୍ତାତ୍ତ୍ୱିକ ପରୀକ୍ଷା ମାଧ୍ୟମରେ, ଏଜେନ୍ସିଗୁଡ଼ିକ ଜାଣିବାକୁ ଚାହାଁନ୍ତି ଯେ […] The post କହୁଛନ୍ତି କମ୍, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ପରେ ହେବ ବଡ଼ ଖୁଲାସା! appeared first on Dharitri Odia News.
ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ। ଯେତେବେଳେ ତାଙ୍କୁ ସମ୍ମାନ ମିଳୁଥିଲା ସେ ଖୁସି ଅନୁଭବ କରୁଥିଲେ। ଦାନିଶ ଏହାର ସୁଯୋଗ ନେଇ ତାଙ୍କ ମାଧ୍ୟମରେ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ।
ମନସ୍ତାତ୍ତ୍ୱିକ ପରୀକ୍ଷା ମାଧ୍ୟମରେ, ଏଜେନ୍ସିଗୁଡ଼ିକ ଜାଣିବାକୁ ଚାହାଁନ୍ତି ଯେ ଜ୍ୟୋତି ଏବେ ବି କେଉଁ ଜିନିଷଗୁଡ଼ିକୁ ଲୁଚାଉଛନ୍ତି ଏବଂ ଜ୍ୟୋତିଙ୍କ ସହ ଆହୁରି କେତେ ଲୋକ ଜଡିତ। ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ପସନ୍ଦ କରୁଥିଲେ ଏବଂ ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ସତ। ହେଲେ ଏବେ ସେ ପୋଲିସ ଦ୍ୱାରା ଗିରଫ ହେବା ପରେ, ହାଜତରେ ବହୁତ କଷ୍ଟ ପାଉଛନ୍ତି।
ହରିୟାଣା ପୋଲିସ ଜ୍ୟୋତିଙ୍କଠାରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ ଗ୍ୟାଜେଟ୍ଗୁଡ଼ିକର ଏକ ଆଂଶିକ ଫୋରେନ୍ସିକ ରିପୋର୍ଟ ଅର୍ଥାତ ପ୍ରାରମ୍ଭିକ ରିପୋର୍ଟ ପାଇଛି। ଯଦିଓ ଏହି ରିପୋର୍ଟ ଆଂଶିକ, ତେବେ ଖୁବ୍ଶୀଘ୍ର ତାଙ୍କ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ର ସମ୍ପୂର୍ଣ୍ଣ ଫୋରେନ୍ସିକ ରିପୋର୍ଟ ହରିୟାଣା ପୋଲିସକୁ ମିଳିବ। ଜ୍ୟୋତିଙ୍କ ଦାନିଶଙ୍କ ସହ କଥାବାର୍ତ୍ତାର ଚାଟ ଏବଂ ତାଙ୍କ ପାକିସ୍ତାନ ଗସ୍ତର ସମସ୍ତ ବିବରଣୀ ଜ୍ୟୋତିଙ୍କ ମୋବାଇଲ ଫୋନ ଏବଂ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ରେ ରେକର୍ଡ ହୋଇଛି। ଜ୍ୟୋତିଙ୍କ ଫୋନ୍ ଏବଂ ଲାପଟପର ଫୋରେନସିକ ରିପୋର୍ଟ ଦୁଇ-ତିନି ଦିନ ମଧ୍ୟରେ ଆସିବ। ଏହା ପରେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯିବ ବୋଲି ଏଜେନ୍ସିଗୁଡ଼ିକ ଆଶା କରୁଛନ୍ତି।
ସୂଚନାଯୋଗ୍ୟ, ଗୁପ୍ତଚର ଅଭିଯୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ମାଲହୋତ୍ରା ଅନ୍ୟତମ। ତଦନ୍ତକାରୀମାନେ ଉତ୍ତର ଭାରତରେ ପାକିସ୍ତାନ ସହିତ ଜଡିତ ଏକ ସକ୍ରିୟ ଗୁପ୍ତଚର ନେଟୱାର୍କ ଥିବା ସନ୍ଦେହ କରୁଛନ୍ତି। ଗତ ବର୍ଷ ଏପ୍ରିଲରେ ଉଜ୍ଜୟିନୀର ଭଗବାନ ଶିବଙ୍କ ମନ୍ଦିରକୁ ଜ୍ୟୋତିଙ୍କ ଗସ୍ତ ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟପ୍ରଦେଶର ପାଞ୍ଚ ଜଣିଆ ପୋଲିସ ଦଳ ହରିୟାଣାକୁ ପଚରାଉଚରା କରିବାକୁ ଯାଇଥିଲେ।
The post କହୁଛନ୍ତି କମ୍, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍ ଟେଷ୍ଟ ପରେ ହେବ ବଡ଼ ଖୁଲାସା! appeared first on Dharitri Odia News.