କାଇଁଶିର ଅଞ୍ଚଳରୁ ୧୧୦ କେ.ଜି. ଚୋରା ଗଞ୍ଜେଇ ଜବତ ସହ ୨ ଗିରଫ

ସମ୍ବଲପୁର :ସମ୍ବଲପୁର ସ୍ଥିତ ଅବକାରୀ ବିଭାଗର ଗୁଇନ୍ଦା ଉଇଙ୍ଗ ହାତରେ ଲାଗିଛି ଏକ ବଡ଼ ସଫଳତା।ବୌଦ୍ଧ ସୋନପୁର ରେଢ଼ାଖୋଲରୁ ସମ୍ବଲପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଆଇନ ଗଞ୍ଜେଇ ଚୋରା କାରବାର କୁ ରୋକିବାରେ ସକ୍ଷମ ହୋଇଛି l ଗତକାଲି ଗୁଇନ୍ଦା ଉଇଙ୍ଗ ର ସୂଚନା ମୁତାବକ ସମ୍ବଲପୁର ସହରର କାଇଁଶୀର ରାସ୍ତା ରେ ଏକ ଚାରି ଚକିଆ ଗାଡି ରେ ଚୋରା ଗଞ୍ଜେଇ ନେଇ ଯାଉଥିବା ଅଭିଯୁକ୍ତ ଙ୍କୁ ଗିରଫ କରି ଚୋରା ୨୧୦ […] The post କାଇଁଶିର ଅଞ୍ଚଳରୁ ୧୧୦ କେ.ଜି. ଚୋରା ଗଞ୍ଜେଇ ଜବତ ସହ ୨ ଗିରଫ appeared first on Odisha.News.

କାଇଁଶିର  ଅଞ୍ଚଳରୁ ୧୧୦ କେ.ଜି. ଚୋରା ଗଞ୍ଜେଇ ଜବତ ସହ ୨ ଗିରଫ

ସମ୍ବଲପୁର :ସମ୍ବଲପୁର ସ୍ଥିତ ଅବକାରୀ ବିଭାଗର ଗୁଇନ୍ଦା ଉଇଙ୍ଗ ହାତରେ ଲାଗିଛି ଏକ ବଡ଼ ସଫଳତା।ବୌଦ୍ଧ ସୋନପୁର ରେଢ଼ାଖୋଲରୁ ସମ୍ବଲପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଆଇନ ଗଞ୍ଜେଇ ଚୋରା କାରବାର କୁ ରୋକିବାରେ ସକ୍ଷମ ହୋଇଛି l ଗତକାଲି ଗୁଇନ୍ଦା ଉଇଙ୍ଗ ର ସୂଚନା ମୁତାବକ ସମ୍ବଲପୁର ସହରର କାଇଁଶୀର ରାସ୍ତା ରେ ଏକ ଚାରି ଚକିଆ ଗାଡି ରେ ଚୋରା ଗଞ୍ଜେଇ ନେଇ ଯାଉଥିବା ଅଭିଯୁକ୍ତ ଙ୍କୁ ଗିରଫ କରି ଚୋରା ୨୧୦ କେ. ଜି. କୁ ଜବତ କରି ୧୯୮୫ଏନ.ଡି.ପି.ଏସ. ଆକ୍ଟ ର ସେକ୍ସନ ୮(ସି ), ସେକ୍ସନ ୨୦(ବି ) ii(ସି ) ମାଦକ ଦ୍ରବ୍ୟ ର ବେଆଇନ ଚୋରା ଚାଲାଣ ଆଧାର ରେ ମଧ୍ୟପ୍ରଦେଶ ରାଜ୍ୟ ର ଅନୁପପୁର ଜିଲ୍ଲା ଅନ୍ତର୍ଗତ ଲଙ୍ଗତୋଳା ନିବାସୀ ବାଦଲ କୁମାର ମିଶ୍ର ( ୨୮ ବର୍ଷ ) ଓ ଧରମଦାସ ନିବାସୀ ମୋନୁ ସୋନୱାନୀ (୨୪ ବର୍ଷ ) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l
ଉତ୍ତରାଞ୍ଚଳ ଅବକାରୀ ବିଭାଗ( ଗୁଇନ୍ଦା ଉଇଙ୍ଗ ) ର ଉପ ଅଧିକ୍ଷକ ଦିଲିପ କୁମାର ବିଭାଗ ସୂଚନା ଦେଇଛନ୍ତି ଯେ ଏହି ଦୁଇଜଣ ଅଭିଯୁକ୍ତ ଏକ ଚାରିଚକିଆ ଯାନ ରେ ୨୧୦କେ.ଜି. ଗଂଜେଇ ବସ୍ତା ସହ ସୁବର୍ଣ୍ଣପୁର ଜିଲ୍ଲା ରୁ କାଇଁଶୀର ଦେଇ ଝାରସୁଗୁଡା ଦେଇ ମଧ୍ୟପ୍ରଦେଶ ଯାଉଥିଲେ l ଅବକାରୀ ବିଭାଗ ର ଗୁଇନ୍ଦା ଉଇଙ୍ଗ ଏକ ବିଶେଷ ସୂତ୍ର ରୁ ଖବର ପାଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଚୋରା ଗଂଜେଇ କୁ ଜବତ କରାଯାଇଛି l ଏହି ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି l ଶ୍ରୀ ବେହେରା ଏହା ମଧ୍ୟ୍ୟ କହିଛନ୍ତି ଯେ ସମ୍ବଲପୁର ସହର ଦେଇ ଅନ୍ୟ ରାଜ୍ୟ କୁ ବିଭିନ୍ନ ସମୟରେ ଗଂଜେଇ ଚୋରା ଚାଲାଣ କରାଯାଉଥିବାର ସୂଚନା ଅଛି, ଆଗାମୀ ଦିନରେ ସେଥିପ୍ରତି ସତର୍କ ଦୃଷ୍ଟି ମଧ୍ୟ ଦିଆ ଯାଉଛି।

The post କାଇଁଶିର ଅଞ୍ଚଳରୁ ୧୧୦ କେ.ଜି. ଚୋରା ଗଞ୍ଜେଇ ଜବତ ସହ ୨ ଗିରଫ appeared first on Odisha.News.