କାଜୁ ତୋଟାକୁ ନେଇ ବିଭତ୍ସ ହତ୍ୟାକାଣ୍ଡ,୨ ମୃତ
ଖଲ୍ଲିକୋଟ : ଯୁବକଙ୍କ ଉନ୍ମତକାଣ୍ଡ I ଖଣ୍ଡାରେ ହାଣି କକା ଓ ଭାଉଜଙ୍କୁ କଲା ହତ୍ୟା I ମୃତକମାନେ ହେଲେ ଦାଦା ଶିବ ଡାକୁଆ (୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦)। ହତ୍ୟାକାରୀ ପୁତୁରା ହେଉଛି ଡାକ୍ତର ଡାକୁଆ IଘଟଣIଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗାଁରେ I କାଜୁ ତୋଟା ସୀମା ନିର୍ଦ୍ଧାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଖଲ୍ଲିକୋଟ […]

ଖଲ୍ଲିକୋଟ : ଯୁବକଙ୍କ ଉନ୍ମତକାଣ୍ଡ I ଖଣ୍ଡାରେ ହାଣି କକା ଓ ଭାଉଜଙ୍କୁ କଲା ହତ୍ୟା I ମୃତକମାନେ ହେଲେ ଦାଦା ଶିବ ଡାକୁଆ (୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦)। ହତ୍ୟାକାରୀ ପୁତୁରା ହେଉଛି ଡାକ୍ତର ଡାକୁଆ IଘଟଣIଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗାଁରେ I କାଜୁ ତୋଟା ସୀମା ନିର୍ଦ୍ଧାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି I ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ଘଟଣାନୁସାରେ ,ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବ ଡାକୁଆଙ୍କ ସହିତ ପୁତୁରା ଡାକ୍ତର ଡ଼ାକୁଆଙ୍କର କାଜୁତୋଟା ସୀମା ନିର୍ଧାରଣକୁ ନେଇ ଅନେକଦିନରୁ ବିବାଦ ଲାଗି ରହିଥିଲା। ଡାକ୍ତର ଅନେକ ସମୟରେ ଘରେ ନିଜ ସ୍ତ୍ରୀକୁ ମଧ୍ୟ ବାଡିଆପିଟା କରୁଥିଲା I ଏହି ଘଟଣାରେ ତା’ସ୍ତ୍ରୀ କିଛିଦିନ ହେବ ବାପ ଘରକୁ ଚାଲିଯାଇଛି I ଗତକାଲି ଅପରାହ୍ଣରେ ଦାଦା ଶିବ କାଜୁ ଜଙ୍ଗଲକୁ ଯାଇଥିଲେ । କିଛି ସମୟରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ଡାକ୍ତର ତାଙ୍କୁ ଖଣ୍ଡାରେ ହାଣି ଥିଲା । ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ୱଶୁର ଘରକୁ ନ ଫେରିବାରୁ ବୋହୁ ତାଙ୍କୁ ଖୋଜିବାକୁ ଯାଇଥିଲେ I ସେ ଦୁର୍ଗା ମନ୍ଦିର ନିକଟରେ ଶ୍ବଶୁରଙ୍କୁ ରକ୍ତାକ୍ତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ସେଠାରେ ଥିବା ଡାକ୍ତର ତାଙ୍କୁ ମଧ୍ୟ ଖଣ୍ଡାରେ ହାଣି ପକାଇଥିଲା । ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଜୟନ୍ତୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଡାକ୍ତର ଖଣ୍ଡା ଧରି ଘଟଣାସ୍ଥଳରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ପୋଲିସ ବଡ଼ କଷ୍ଟରେ ତାକୁ କାବୁ କରିଥିଲା । ପୁଲିସ ଡାକ୍ତରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।