କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଦୁର୍ଘଟଣାକୁ ଏଡାଇ ପାରିଥାନ୍ତା 'କବଚ' ସିଷ୍ଟମ୍ ? ଜାଣନ୍ତୁ କିପରି କରେ କାମ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ିରେ ବଡ଼ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଟ୍ରାକରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ତିନୋଟି ବଗି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣାରେ ପରେ ଅନେକ ପ୍ରଶ୍ନ ଉଠୁଛି । ଦୁର୍ଘଟଣା ନିରୋଧୀ ସିଷ୍ଟମ୍ କବଚ ଏହି ମାର୍ଗରେ ଲାଗି ନଥିଲା ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି ।ଘଟଣା ଉପରେ ପ୍ରତିକ୍ରିୟା ଦେଇ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଗନାଲ୍ ମାନି ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।' ତଦନ୍ତ ଶେଷ ହେବା ପରେ ବିସ୍ତୃତରେ ଏହା ଉପରେ ସୂଚନା ପ୍ରଦାନ କରାଯିବ । ଏହାସହ ସେ କହିଛନ୍ତି ଯେ ମାନବଗତ ତ୍ରୁଟି ରୋକିବା ପାଇଁ କବଚକୁ କାର୍ଯ୍ୟକାରୀ କରିବା ଜରୁରୀ ଅଟେ । ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଏହା ମନୁଷ୍ୟକୃତ ତ୍ରୁଟି ବୋଲି ଜଣାପଡ଼ିଛି ।' ଏହାପରେ ପଶ୍ଚିମବଙ୍ଗର କବଚ ସିଷ୍ଟମ କାର୍ଯ୍ୟକାରୀ ହେଉଛି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଚଳିତ ବର୍ଷ ଦିଲ୍ଲୀ-ହାୱଡ଼ା ମାର୍ଗରେ ଏହାକୁ ଇନଷ୍ଟଲ୍ କରିବା ପାଇଁ ଯୋଜନା ରହିଛି । ଦେଶର କେବଳ ୧୫୦୦ କିଲୋମିଟର ମାର୍ଗରେ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁ ଜଳପାଇଗୁଡ଼ିରେ ବଡ଼ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଟ୍ରାକରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ତିନୋଟି ବଗି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣାରେ ପରେ ଅନେକ ପ୍ରଶ୍ନ ଉଠୁଛି । ଦୁର୍ଘଟଣା ନିରୋଧୀ ସିଷ୍ଟମ୍ କବଚ ଏହି ମାର୍ଗରେ ଲାଗି ନଥିଲା ବୋଲି ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି ।
ଘଟଣା ଉପରେ ପ୍ରତିକ୍ରିୟା ଦେଇ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସିଗନାଲ୍ ମାନି ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି ।' ତଦନ୍ତ ଶେଷ ହେବା ପରେ ବିସ୍ତୃତରେ ଏହା ଉପରେ ସୂଚନା ପ୍ରଦାନ କରାଯିବ । ଏହାସହ ସେ କହିଛନ୍ତି ଯେ ମାନବଗତ ତ୍ରୁଟି ରୋକିବା ପାଇଁ କବଚକୁ କାର୍ଯ୍ୟକାରୀ କରିବା ଜରୁରୀ ଅଟେ ।
ରେଲୱେ ବୋର୍ଡ ଚେୟାରମ୍ୟାନ ଜୟା ବର୍ମା କହିଛନ୍ତି, 'ପ୍ରାଥମିକ ତଦନ୍ତରୁ ଏହା ମନୁଷ୍ୟକୃତ ତ୍ରୁଟି ବୋଲି ଜଣାପଡ଼ିଛି ।' ଏହାପରେ ପଶ୍ଚିମବଙ୍ଗର କବଚ ସିଷ୍ଟମ କାର୍ଯ୍ୟକାରୀ ହେଉଛି କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଚଳିତ ବର୍ଷ ଦିଲ୍ଲୀ-ହାୱଡ଼ା ମାର୍ଗରେ ଏହାକୁ ଇନଷ୍ଟଲ୍ କରିବା ପାଇଁ ଯୋଜନା ରହିଛି । ଦେଶର କେବଳ ୧୫୦୦ କିଲୋମିଟର ମାର୍ଗରେ କବଚ ସିଷ୍ଟମ ରହିଥିବା ବେଳେ ଏହାକୁ ଚଳିତ ବର୍ଷ ୩୦୦୦ କିଲୋମିଟରକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।
କବଚ ସିଷ୍ଟମ୍ କ’ଣ ?
କବଚ ସିଷ୍ଟମର ବ୍ରେକ୍ ସାହାଯ୍ୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିଥାଏ । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିଲେ ଏହି ସିଷ୍ଟମ ଅଟୋମେଟିକ୍ ବ୍ରେକ୍ ସାହାଯ୍ୟରେ ଟ୍ରେନକୁ ଗତିକୁ କମ କରିପାରିବ । ଏହାସହ ଯଦି ଟ୍ରେନ ଡ୍ରାଇଭର ସିଗନାଲ୍ ଭାଙ୍ଗି ଆଗକୁ ବଢନ୍ତି କିମ୍ୱା ଅଧିକ ସ୍ପିଡରେ ଯାତ୍ରା କରନ୍ତି ତେବେ ଏହା ଅଲର୍ଟ କମ୍ୱା ଆପେଆପେ ଅଟକି ଦୁର୍ଘଟଣାକୁ ଏଡାଇ ପାରିବ ।