ଜୟଆଲୁକ୍କାସ୍ର ବାର୍ଷିକ ଉତ୍ସବ
ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ‘ଜୟଆଲୁକ୍କାସ୍’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍ ଅଫ୍ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜୟଆଲୁକ୍କାସ୍ ଗର୍ବର ସହିତ ‘ଗିଫ୍ଟସ୍ ଅଫ୍ ଜୟ’ ଅଫରର ଘୋଷଣା କରିଛି। ଏହି ସ୍ବତନ୍ତ୍ର ଅଫର ଗ୍ରାହକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାତ୍ରାର କ୍ରୟ ସହ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ […] The post ଜୟଆଲୁକ୍କାସ୍ର ବାର୍ଷିକ ଉତ୍ସବ appeared first on Dharitri Odia News.
ଭୁବନେଶ୍ୱର,୧୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ‘ଜୟଆଲୁକ୍କାସ୍’ର ବହୁ ପ୍ରତୀକ୍ଷିତ ଅଫର ‘ଗିଫ୍ଟସ୍ ଅଫ୍ ଜୟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ଏବଂ ଭାରତର ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜୟଆଲୁକ୍କାସ୍ ଗର୍ବର ସହିତ ‘ଗିଫ୍ଟସ୍ ଅଫ୍ ଜୟ’ ଅଫରର ଘୋଷଣା କରିଛି। ଏହି ସ୍ବତନ୍ତ୍ର ଅଫର ଗ୍ରାହକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ମାତ୍ରାର କ୍ରୟ ସହ ମାଗଣା ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ ଏବଂ ସେମାନଙ୍କ ଉତ୍ସବରେ ସୁନାର ବିଶେଷ ସ୍ପର୍ଶ ଦେଇଥାଏ। ୨୦୨୪ ଅଗଷ୍ଟ ୮ରୁ ୨୫ମଧ୍ୟରେ ଜୟଆଲୁକ୍କାସ୍ର ଯେକୌଣସି ଶୋ’ରୁମ୍ ପରିଦର୍ଶନ କରିବାକୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଯେଉଁଠି ସେମାନେ ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସୁନା କ୍ରୟ ଉପରେ ୨୦୦ ମି.ଗ୍ରା. ସ୍ବର୍ଣ୍ଣମୁଦ୍ରା ମାଗଣାରେ ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏପରିକି ୧ଲକ୍ଷ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର ହୀରା ଅଳଙ୍କାର କିଣିବା ଉପରେ ୧ଗ୍ରାମ ସ୍ବର୍ଣ୍ଣମୁଦ୍ରା ମାଗଣା ପାଇବା ପାଇଁ ମଧ୍ୟ ଗ୍ରାହକମାନେ ହକ୍ଦାର ହୋଇପାରିବେ। ଜୟଆଲୁକ୍କାସ୍ ତା’ର ସାର୍ଟିଫାଏଡ୍ ଅଳଙ୍କାର ଏବଂ ଅସାଧାରଣ ଗ୍ରାହକ ସେବା ପାଇଁ ପ୍ରସିଦ୍ଧ ଆଜି ସମସ୍ତ ଗ୍ରାହକଙ୍କୁ ଏହି ସୁବର୍ଣ୍ଣ ସୁଯୋଗର ଲାଭ ନେବାକୁ ଆମନ୍ତ୍ରଣ କରୁଛି। ଜୟଆଲୁକ୍କାସ୍ର ଏମ୍ଡି ତଥା ଚେୟାରମ୍ୟାନ୍ ଜୟ ଆଲୁକ୍କାସ୍ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସ୍ବାଧୀନତା ଦିବସ ଗୋଟିଏ ଆନନ୍ଦ ଏବଂ ଗର୍ବର ସମୟ ହୋଇଥିଲାବେଳେ ଜୟଆଲୁକ୍କାସ୍ରେ ମଧ୍ୟ ଆମର ୬୮ତମ ପୂର୍ତ୍ତି ଉତ୍ସବ (ବାର୍ଷିକୀ) ପାଳନ କରୁଛି। ଏପରିକି ଆମେ ଆମର ଗ୍ରାହକମାନଙ୍କୁ ଏକ ସ୍ବର୍ଣ୍ଣିମ ଆଶ୍ଚର୍ଯ୍ୟ ପ୍ରଦାନ ସହିତ ଉତ୍ସବକୁ ଦ୍ବିଗୁଣିତ କରିବାକୁ ଚାହୁଁଛୁ।
The post ଜୟଆଲୁକ୍କାସ୍ର ବାର୍ଷିକ ଉତ୍ସବ appeared first on Dharitri Odia News.