କାଠଗଡ଼ାରେ ରାଜ୍ୟ ସରକାର: ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।

କାଠଗଡ଼ାରେ ରାଜ୍ୟ ସରକାର: ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା

ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟକା ପରେ ଏବେ କାଠଗଡ଼ାରେ ସରକାର। ବିନା ପ୍ରକ୍ରିୟା ଓ ପ୍ରସ୍ତୁତିରେ ବର୍ଷକ ଭିତରେ ଜିଲ୍ଲା ଗଠନ ହୋଇଯିବ ବୋଲି କେମିତି ଘୋଷଣା କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ। ପ୍ରକୃତ ଆନ୍ତରିକତା ଥିଲା ନା କେବଳ ଭୋଟ୍ ଭେଳିକି ଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ, ବିରୋଧୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି, ପଦ୍ମପୁରକୁ ଜିଲ୍ଲା ନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଉଦ୍ୟମରେ ହିଁ ହୋଇଛି ରାଇରଙ୍ଗପୁର ଜନସ୍ବାର୍ଥ ମାମଲା। ଯାହାର ଜବାବ୍ ରଖିଛି ବିଜେଡି।