କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଇସ୍ତଫା ଦେଲେ ଡେପୁଟି ପିଏମ୍

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ବିରୋଧରେ ଦେଶରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି । କାନାଡା ପିଏମ ଟ୍ରୁଡୋଙ୍କ ଘନିଷ୍ଠ ନେତା କ୍ରିଷ୍ଟିଆ ଫ୍ରିଲ୍ୟାଣ୍ଡ ଜୋରଦାର ଝଟକା ଦେଇଛନ୍ତି । ସୋସିଆଲ୍ ମିଡିଆରେ ଟ୍ରୁଡୋଙ୍କ ଉପରେ ବର୍ଷିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ରୁଡୋ କ୍ୟାବିନେଟରେ ଅର୍ଥ ମନ୍ତ୍ରଣାଳୟ ବ୍ୟତୀତ ଡେପୁଟି ପିଏମ୍ ପଦ ଦାୟିତ୍ୱରେ ରହିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଦୁହିଁଙ୍କ ମଧ୍ୟରେ ଅସ୍ଥାୟୀ ଟିକସରେ ରିହାତି ଏବଂ ଅନ୍ୟ ବ୍ୟୟ ସହ ଜଡିତ ପ୍ରସ୍ତାବକୁ ନେଇ ବିବାଦ ଚାଲିଥିଲା । ଟ୍ରୁଡୋଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଫ୍ରିଲ୍ୟାଣ୍ଡଙ୍କ ଗଣତି ହେଉଥିଲା ।ଫ୍ରିଲ୍ୟାଣ୍ଡ ଏକ୍ସରେ ପୋଷ୍ଟ କରିଥିବା ଏକ ଚିଠିରେ ଲେଖିଛନ୍ତି, 'ଗତ ଅନେକ ସପ୍ତାହରୁ କାନାଡ଼ାକୁ ଆଗକୁ ନେବାର ସର୍ବୋତ୍ତମ ରାସ୍ତାକୁ ନେଇ ଆମ ମଧ୍ୟରେ ମତଭେଦ ରହିଛି ।' କ୍ୟାବିନେଟରେ ଟ୍ରୁଡୋଙ୍କ ସବୁଠୁ ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟରେ ଥିବା ଫ୍ରିଲ୍ୟାଣ୍ଡଙ୍କ ଇସ୍ତଫା କାନାଡାରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ରୂପ ଦେଖାଯାଉଛି । ଫ୍ରିଲ୍ୟାଣ୍ଡ ଚିଠିରେ ଲେଖିଛନ୍ତି, 'ଏବେ ଅର୍ଥ ମନ୍ତ୍ରୀ ଭାବେ ମୋତେ ଆଉ ଦେଖିବାକୁ ଚାହୁଁନାହାନ୍ତି ବୋଲି ଶୁକ୍ରବାର ଆପଣ କହିଥିଲେ । ମୋତେ କ୍ୟାବିନେଟରେ ଅନ୍ୟ ପଦ ଦେବା କଥା କୁହାଗଲା । ଏହି ପ୍ରସ୍ତାବ ଉପରେ ଚିନ୍ତା କରିବା ପରେ ମୁଁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ହିଁ ମୋ ପ

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଇସ୍ତଫା ଦେଲେ ଡେପୁଟି ପିଏମ୍

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ବିରୋଧରେ ଦେଶରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି । କାନାଡା ପିଏମ ଟ୍ରୁଡୋଙ୍କ ଘନିଷ୍ଠ ନେତା କ୍ରିଷ୍ଟିଆ ଫ୍ରିଲ୍ୟାଣ୍ଡ ଜୋରଦାର ଝଟକା ଦେଇଛନ୍ତି । ସୋସିଆଲ୍ ମିଡିଆରେ ଟ୍ରୁଡୋଙ୍କ ଉପରେ ବର୍ଷିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ରୁଡୋ କ୍ୟାବିନେଟରେ ଅର୍ଥ ମନ୍ତ୍ରଣାଳୟ ବ୍ୟତୀତ ଡେପୁଟି ପିଏମ୍ ପଦ ଦାୟିତ୍ୱରେ ରହିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଦୁହିଁଙ୍କ ମଧ୍ୟରେ ଅସ୍ଥାୟୀ ଟିକସରେ ରିହାତି ଏବଂ ଅନ୍ୟ ବ୍ୟୟ ସହ ଜଡିତ ପ୍ରସ୍ତାବକୁ ନେଇ ବିବାଦ ଚାଲିଥିଲା । ଟ୍ରୁଡୋଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରେ ଫ୍ରିଲ୍ୟାଣ୍ଡଙ୍କ ଗଣତି ହେଉଥିଲା ।

ଫ୍ରିଲ୍ୟାଣ୍ଡ ଏକ୍ସରେ ପୋଷ୍ଟ କରିଥିବା ଏକ ଚିଠିରେ ଲେଖିଛନ୍ତି, 'ଗତ ଅନେକ ସପ୍ତାହରୁ କାନାଡ଼ାକୁ ଆଗକୁ ନେବାର ସର୍ବୋତ୍ତମ ରାସ୍ତାକୁ ନେଇ ଆମ ମଧ୍ୟରେ ମତଭେଦ ରହିଛି ।' କ୍ୟାବିନେଟରେ ଟ୍ରୁଡୋଙ୍କ ସବୁଠୁ ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟରେ ଥିବା ଫ୍ରିଲ୍ୟାଣ୍ଡଙ୍କ ଇସ୍ତଫା କାନାଡାରେ ଏକ ବଡ଼ ରାଜନୈତିକ ଘଟଣାକ୍ରମ ରୂପ ଦେଖାଯାଉଛି । 

ଫ୍ରିଲ୍ୟାଣ୍ଡ ଚିଠିରେ ଲେଖିଛନ୍ତି, 'ଏବେ ଅର୍ଥ ମନ୍ତ୍ରୀ ଭାବେ ମୋତେ ଆଉ ଦେଖିବାକୁ ଚାହୁଁନାହାନ୍ତି ବୋଲି ଶୁକ୍ରବାର ଆପଣ କହିଥିଲେ । ମୋତେ କ୍ୟାବିନେଟରେ ଅନ୍ୟ ପଦ ଦେବା କଥା କୁହାଗଲା । ଏହି ପ୍ରସ୍ତାବ ଉପରେ ଚିନ୍ତା କରିବା ପରେ ମୁଁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ହିଁ ମୋ ପାଇଁ ଏକମାତ୍ର ବିକଳ୍ପ ବୋଲି ନିଷ୍ପତ୍ତି ନେଲି ।'

ଅନ୍ୟପଟେ ଟ୍ରୁଡୋଙ୍କ କାର୍ଯ୍ୟାଳୟରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ । ରୟଟର୍ସର ରିପୋର୍ଟ ଅନୁସାରେ ଫ୍ରିଲ୍ୟାଣ୍ଡଙ୍କ ସ୍ଥାନରେ ବ୍ୟାଙ୍କ ଅଫ୍ କାନାଡାର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ ନୂଆ ଅର୍ଥମନ୍ତ୍ରୀ କରାଯାଇପାରେ । ଏହା ପୂର୍ବରୁ ଟ୍ରୁଡୋଙ୍କ ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିସାରିଛନ୍ତି ।