କାନାଡ଼ାରେ ପାକିସ୍ତାନୀ ନାଗରିକ ଗିରଫ, ନ୍ୟୁୟର୍କରେ ଆତଙ୍କୀ ହମଲା ପାଇଁ ରଚିଥିଲା ଷଡ଼ଯନ୍ତ୍ର !
ନ୍ୟୁୟର୍କ: ଆତଙ୍କୀଙ୍କ ହବ୍ ପାଲଟିଛି ପାକିସ୍ତାନ । ଆତଙ୍କବାଦକୁ ନେଇ ସାରା ବିଶ୍ବରେ ଛି ଛି ହେଉଛି । ବିଶ୍ବ ଦରବାରରେ ବାରମ୍ବାର ଲଜ୍ଜିତ ହେବା ପରେ ଆତଙ୍କବାଦୀଙ୍କୁ କାବୁ କରିବାରେ ବିଫଳ ହୋଇଛି ପାକିସ୍ତାନ । ଏବେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ପାକିସ୍ତାନୀ ନାଗରିକ ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗରେ କାନାଡ଼ାରେ ଗିରଫ ହୋଇଛି । ଅଭିଯୁକ୍ତ ନାଁରେ ଆମେରିକା ନ୍ୟୁୟର୍କରେ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବାର ଅଭିଯୋଗ ରହିଛି । ମହମ୍ମଦ ଶହଜିବ୍ ଖାନ୍ ଆଇଏସଆଇରେ ସାମିଲ୍ ହୋଇ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା କାମ କରୁଥିଲା । ରୟାଲ କାନେଡିୟାନ ମାଉଣ୍ଟେଡ୍ ପୋଲିସର ସୂଚନା ଅନୁଯାୟୀ, ୨୦ ବର୍ଷୀୟ ମହମ୍ମଦ ଶହବେଜ୍ ଖାନକୁ ବୁଧବାର କାନାଡାର କ୍ୟୁବେକ୍ ପ୍ରାନ୍ତରୁ ଗିରଫ କରାଯାଇଛି । ସେ ଆମେରିକାରେ ୟୁହୁଦୀ ନାଗରିକଙ୍କୁ ଟାର୍ଗେଟ୍ କରି ଘାତକ ହମଲା କରିବାକୁ ଯୋଜନା କରୁଥିଲା । ଅଭିଯୁକ୍ତକୁ ମାଣ୍ଟ୍ରିଆଲର ଏକ ଅଦାଲତରେ ହାଜର କରାଯାଇଛି । ଆମେରିକା ଗୁଇନ୍ଦା ଏଜେନ୍ସି ମୁତାବକ, ଅଭିଯୁକ୍ତ ଭାରତରେ ଆକ୍ରମଣ ପାଇଁ ପ୍ଲାନ୍ ରଚିଥିଲା । ମାତ୍ର ଏହା ପୂର୍ବରୁ କାନାଡା ପୋଲିସ ତାକୁ ଗିରଫ କରିଛି । RCMP କମିଶନର ମାଇକ୍ ଡୁହେନ କହିଛନ୍ତି, ୟୁହୁଦୀ ସମୁଦାୟଙ୍କୁ ଆତଙ୍କବାଦୀଙ୍କଠୁ ଧମକଚମକ ଆସୁଛି । ହେଲେ ଏଭଳି ହିଂସାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହଁ । ଆମେରିକାରେ ୟୁହୁଦୀ ସ
ନ୍ୟୁୟର୍କ: ଆତଙ୍କୀଙ୍କ ହବ୍ ପାଲଟିଛି ପାକିସ୍ତାନ । ଆତଙ୍କବାଦକୁ ନେଇ ସାରା ବିଶ୍ବରେ ଛି ଛି ହେଉଛି । ବିଶ୍ବ ଦରବାରରେ ବାରମ୍ବାର ଲଜ୍ଜିତ ହେବା ପରେ ଆତଙ୍କବାଦୀଙ୍କୁ କାବୁ କରିବାରେ ବିଫଳ ହୋଇଛି ପାକିସ୍ତାନ । ଏବେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ପାକିସ୍ତାନୀ ନାଗରିକ ଆତଙ୍କୀ ଷଡ଼ଯନ୍ତ୍ର ଅଭିଯୋଗରେ କାନାଡ଼ାରେ ଗିରଫ ହୋଇଛି । ଅଭିଯୁକ୍ତ ନାଁରେ ଆମେରିକା ନ୍ୟୁୟର୍କରେ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବାର ଅଭିଯୋଗ ରହିଛି । ମହମ୍ମଦ ଶହଜିବ୍ ଖାନ୍ ଆଇଏସଆଇରେ ସାମିଲ୍ ହୋଇ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା କାମ କରୁଥିଲା ।
ରୟାଲ କାନେଡିୟାନ ମାଉଣ୍ଟେଡ୍ ପୋଲିସର ସୂଚନା ଅନୁଯାୟୀ, ୨୦ ବର୍ଷୀୟ ମହମ୍ମଦ ଶହବେଜ୍ ଖାନକୁ ବୁଧବାର କାନାଡାର କ୍ୟୁବେକ୍ ପ୍ରାନ୍ତରୁ ଗିରଫ କରାଯାଇଛି । ସେ ଆମେରିକାରେ ୟୁହୁଦୀ ନାଗରିକଙ୍କୁ ଟାର୍ଗେଟ୍ କରି ଘାତକ ହମଲା କରିବାକୁ ଯୋଜନା କରୁଥିଲା । ଅଭିଯୁକ୍ତକୁ ମାଣ୍ଟ୍ରିଆଲର ଏକ ଅଦାଲତରେ ହାଜର କରାଯାଇଛି । ଆମେରିକା ଗୁଇନ୍ଦା ଏଜେନ୍ସି ମୁତାବକ, ଅଭିଯୁକ୍ତ ଭାରତରେ ଆକ୍ରମଣ ପାଇଁ ପ୍ଲାନ୍ ରଚିଥିଲା । ମାତ୍ର ଏହା ପୂର୍ବରୁ କାନାଡା ପୋଲିସ ତାକୁ ଗିରଫ କରିଛି ।
RCMP କମିଶନର ମାଇକ୍ ଡୁହେନ କହିଛନ୍ତି, ୟୁହୁଦୀ ସମୁଦାୟଙ୍କୁ ଆତଙ୍କବାଦୀଙ୍କଠୁ ଧମକଚମକ ଆସୁଛି । ହେଲେ ଏଭଳି ହିଂସାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହଁ । ଆମେରିକାରେ ୟୁହୁଦୀ ସମ୍ପ୍ରଦାୟ ଉପରେ ଯୋଜନାବଦ୍ଧ ହମଲାକୁ ନିନ୍ଦା କରିଛନ୍ତି । କାନାଡାରେ ଏଭଳି ଅପରାଧର କୌଣସି ସ୍ଥାନ ନାହିଁ ବୋଲି କମିଶନର ମାଇକ୍ ଡୁହେନ କହିଛନ୍ତି ।