କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ

ନୂଆଦିଲ୍ଲୀ,୧୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ, ଆଗାମୀ ମାସରୁ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୩୫% ଟାରିଫ ଲଗାଇବ। ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଚିଠି ଜାରି କରି କହିଛନ୍ତି ଯେ, ଏହି ନୂଆ ଟାରିଫ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ଏବଂ ଯଦି କାନାଡା ଏହାର ପ୍ରତିଶୋଧ ନିଏ, ତେବେ ଟାରିଫ ଆହୁରି ବୃଦ୍ଧି କରାଯିବ। ଟ୍ରମ୍ପ […] The post କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ appeared first on Dharitri Odia News.

କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ

ନୂଆଦିଲ୍ଲୀ,୧୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି ଯେ, ଆଗାମୀ ମାସରୁ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ୩୫% ଟାରିଫ ଲଗାଇବ। ସେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଚିଠି ଜାରି କରି କହିଛନ୍ତି ଯେ, ଏହି ନୂଆ ଟାରିଫ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ଏବଂ ଯଦି କାନାଡା ଏହାର ପ୍ରତିଶୋଧ ନିଏ, ତେବେ ଟାରିଫ ଆହୁରି ବୃଦ୍ଧି କରାଯିବ।

ଟ୍ରମ୍ପ ନିକଟ ଦିନରେ ତାଙ୍କ ବାଣିଜ୍ୟ ଯୁଦ୍ଧକୁ ଆହୁରି ବିସ୍ତାର କରିଛନ୍ତି। ସେ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ମିତ୍ର ରାଷ୍ଟ୍ରଗୁଡ଼ିକ ସମେତ ଅନେକ ଦେଶ ଉପରେ ନୂଆ ଟାରିଫ ଲଗାଇଛନ୍ତି। ଏହା ସହିତ ସେ ତମ୍ବା ଉପରେ ୫୦% ଟାରିଫ ଘୋଷଣା କରିଛନ୍ତି।

ଏନବିସି ନ୍ୟୁଜକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଯେଉଁ ବାଣିଜ୍ୟ ଅଂଶୀଦାର ଦେଶମାନେ ଏପର୍ଯ୍ୟନ୍ତ ଏଭଳି ଚିଠି ପାଇ ନାହାଁନ୍ତି, ସେମାନଙ୍କ ଉପରେ ମଧ୍ୟ ସାଧାରଣତଃ ୧୫% କିମ୍ବା ୨୦% ଟାରିଫ ଲଗାଯିବ। ସେ କହିଛନ୍ତି, “ସମସ୍ତେ ଚିଠି ପାଇବା ଆବଶ୍ୟକ ନୁହେ। ଆମେ ଆମର ଟାରିଫ ନିର୍ଦ୍ଧାରଣ କରୁଛୁ। ବାକି ରହିଥିବା ଦେଶଗୁଡ଼ିକ ୧୫% କିମ୍ବା ୨୦% ଟାରିଫ ଦେବେ, ଆମେ ଏହା ଏବେ ନିଷ୍ପତ୍ତି କରୁଛୁ।” ଏହି ନୂଆ ଟାରିଫ ନୀତି ବିଶ୍ୱ ବାଣିଜ୍ୟରେ ବଡ଼ ପରିବର୍ତ୍ତନ ଆଣିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

The post କାନାଡା ଉପରେ ୩୫% ଟାରିଫ ଲଗାଇଲେ ଟ୍ରମ୍ପ, ଦେଲେ ଏମିତି ଚେତାବନୀ appeared first on Dharitri Odia News.