କାନାରା ବ୍ୟାଙ୍କର ପୁରସ୍କାର ବିତରଣ ସମାରୋହ
ଭୁବନେଶ୍ୱର,୧।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପଖୱାଡା ଦିବସ ଓ ପୁରସ୍କାର ବିତରଣ ସମାରୋହ-୨୦୨୪ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ (ଗୃହମନ୍ତ୍ରୀ ଭାରତ ସରକାର) ଙ୍କ ସନ୍ଦେଶ ସହିତ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସନ୍ଦେଶ କର୍ମଚାରୀମାନଙ୍କୁ ପଢି ଶୁଣାଯାଇଥିଲା। ସେହିଭଳି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର କମଳା ନେହେରୁ ମହାବିଦ୍ୟାଳୟର […] The post କାନାରା ବ୍ୟାଙ୍କର ପୁରସ୍କାର ବିତରଣ ସମାରୋହ appeared first on Dharitri Odia News.
ଭୁବନେଶ୍ୱର,୧।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପଖୱାଡା ଦିବସ ଓ ପୁରସ୍କାର ବିତରଣ ସମାରୋହ-୨୦୨୪ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ (ଗୃହମନ୍ତ୍ରୀ ଭାରତ ସରକାର) ଙ୍କ ସନ୍ଦେଶ ସହିତ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସନ୍ଦେଶ କର୍ମଚାରୀମାନଙ୍କୁ ପଢି ଶୁଣାଯାଇଥିଲା। ସେହିଭଳି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର କମଳା ନେହେରୁ ମହାବିଦ୍ୟାଳୟର ହିନ୍ଦୀ ରିଡର ବେଦୁଲା ରାମଲକ୍ଷ୍ମୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବେଦୁଲା ମହାଲକ୍ଷ୍ମୀ ଭାଷା ଆଦାନ ପ୍ରଦାନର ମାଧ୍ୟମ ହୋଇଥିବାବେଳେ ଏହା କୌଣସି ଦେଶର ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଧରୋହର ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିଭଳି ଜଗଦୀଶ ଚନ୍ଦର ସମସ୍ତଙ୍କୁ ସମ୍ବୋଧନ କରି ରାଜଭାଷା ହିନ୍ଦୀର ପ୍ରୟୋଗ ଅଧିକରୁ ଅଧିକ କରିବା ଆମର ସାମ୍ବିଧାନିକ ଦାୟିତ୍ୱ ବୋଲି କହିଥିଲେ। ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଡ.ମୋନିକାଶ୍ରୀ ସ୍ବାଗତ ସମ୍ବୋଧନ କରିଥିଲାବେଳେ ରାଜଭାଷାର ବରିଷ୍ଠ ପ୍ରବନ୍ଧକ ଡି ବାଳକୃଷ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୪ରୁ ୨୯ ପର୍ଯ୍ୟନ୍ତ କାନାରା ବ୍ୟାଙ୍କର ହିନ୍ଦୀ ପଖୱାଡା ସମାରୋହ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ହିନ୍ଦୀ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହିତ ଓ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲାବେଳେ ମୁଖ୍ୟ ଅତିଥି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ ଅଶୋକ କୁମାର ମେହେରା ଧନ୍ୟବାଦ ଅର୍ପଣ କରିଥିଲେ।
The post କାନାରା ବ୍ୟାଙ୍କର ପୁରସ୍କାର ବିତରଣ ସମାରୋହ appeared first on Dharitri Odia News.