କାନ୍ଥ ତାଡି ଦୋକାନ ଭିତରେ ପସିଲେ ଦୁର୍ବୃତ୍ତ, ଗହଣା ଲୁଟିନେଇ ଫେରାର ହୋଇଗଲେ

ଉଦଳା ୧୨।୩: କାନ୍ଥ ତାଡି ଦୋକାନ ଭିତରକୁ ପଶିଲେ ଆଉ ଲୁଟ୍ କରି ଚାଲିଗଲେ । ଲୁଟିବାକୁ ଦୋକାନ ଭିତରେ ପସିଲେ, ସବୁ ସଫା କରିଦେଲେ । ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ଏଭଳି ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ, ସୋମବାର ମଧ୍ୟରାତ୍ରିରେ ଲୁଟେରାମାନେ ଦୋକାନର ପଛ ପାଖ କାନ୍ଥରେ ସିନ୍ଧି କରି ଦୋକାନ ଭିତରକୁ ପସିଛନ୍ତି । ଦୋକାନ ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଦୋକାନର ଡ୍ର ଖୋଲି ନଗଦ ଟଙ୍କା ନେବା ସହିତ ଦୋକାନରେ ଥିବା ରୂପା ଅଳଙ୍କାର ଏବଂ ସୁନା ଲୁଟିଥିବା ଜଣାଯାଇଛି ।  ଦୁର୍ବୃତ୍ତ ମାନେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ଭାଙ୍ଗିଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସିବା ପରେ ଦୋକାନ ଭିତରେ ପଶି ତଦନ୍ତ କରାଯିବ । ତା ପରେ ଦୋକାନରେ କେତେ ଲକ୍ଷ ଟଙ୍କାର ଲୁଟ୍ ହୋଇଛି ଏବଂ ଏହା କେତେ ବଡ଼ ଧରଣର ଲୁଟ୍ ତାହା ସ୍ପଷ୍ଟ ହେବ । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

କାନ୍ଥ ତାଡି ଦୋକାନ ଭିତରେ ପସିଲେ ଦୁର୍ବୃତ୍ତ, ଗହଣା ଲୁଟିନେଇ ଫେରାର ହୋଇଗଲେ

ଉଦଳା ୧୨୩: କାନ୍ଥ ତାଡି ଦୋକାନ ଭିତରକୁ ପଶିଲେ ଆଉ ଲୁଟ୍ କରି ଚାଲିଗଲେ । ଲୁଟିବାକୁ ଦୋକାନ ଭିତରେ ପସିଲେ, ସବୁ ସଫା କରିଦେଲେ । ଉଦଳାରେ କର୍ମକାର ଜୁଏଲାରୀ ହାଉସରେ ଏଭଳି ଲୁଟ୍ ହୋଇଛି । 

ସୂଚନାଯୋଗ୍ୟ ଯେ, ସୋମବାର ମଧ୍ୟରାତ୍ରିରେ ଲୁଟେରାମାନେ ଦୋକାନର ପଛ ପାଖ କାନ୍ଥରେ ସିନ୍ଧି କରି ଦୋକାନ ଭିତରକୁ ପସିଛନ୍ତି । ଦୋକାନ ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଦୋକାନର ଡ୍ର ଖୋଲି ନଗଦ ଟଙ୍କା ନେବା ସହିତ ଦୋକାନରେ ଥିବା ରୂପା ଅଳଙ୍କାର ଏବଂ ସୁନା ଲୁଟିଥିବା ଜଣାଯାଇଛି ।  ଦୁର୍ବୃତ୍ତ ମାନେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ଭାଙ୍ଗିଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଆସିବା ପରେ ଦୋକାନ ଭିତରେ ପଶି ତଦନ୍ତ କରାଯିବ । ତା ପରେ ଦୋକାନରେ କେତେ ଲକ୍ଷ ଟଙ୍କାର ଲୁଟ୍ ହୋଇଛି ଏବଂ ଏହା କେତେ ବଡ଼ ଧରଣର ଲୁଟ୍ ତାହା ସ୍ପଷ୍ଟ ହେବ । ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।