ଗଣେଶ ଭସାଣି: ଡିଜେ ପାଇଁ ଥାନାରେ ପାଟିତୁଣ୍ଡ
ହିଞ୍ଜିଳିକାଟୁ,୧୫।୯( ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ଭସାଣି ବେଳେ ଡିଜେ ବଜାଇବାକୁ କେନ୍ଦ୍ର କରି କେତେକ ବ୍ୟକ୍ତି ଗଞ୍ଜାମ ଜିଲା ବେଲଗାଁ ଥାନା ସମ୍ମୁଖରେ ପାଟିତୁଣ୍ଡ କରିଛନ୍ତି। ଏହାର ଭିଡିଓ ଏବଂ ଫଟୋ ଏବେ ଭାଇଲାର ହେବାରେ ଲାଗିଛି। ଏଥିରେ ଉତ୍ତ୍ୟକ୍ତ ଲୋକ ଥାନା ସମ୍ମୁଖରେ ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ କରୁଥିବା ଜଣାପଡ଼ିଛି। ଘଟଣା ନେଇ ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରୁଥିବା ପ୍ରଚାରିତ ଖବରକୁ ଖଣ୍ଡନ କରିଛନ୍ତି। ଗଣେଶ ମୂର୍ତ୍ତି […] The post ଗଣେଶ ଭସାଣି: ଡିଜେ ପାଇଁ ଥାନାରେ ପାଟିତୁଣ୍ଡ appeared first on Dharitri Odia News.
ହିଞ୍ଜିଳିକାଟୁ,୧୫।୯( ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ଭସାଣି ବେଳେ ଡିଜେ ବଜାଇବାକୁ କେନ୍ଦ୍ର କରି କେତେକ ବ୍ୟକ୍ତି ଗଞ୍ଜାମ ଜିଲା ବେଲଗାଁ ଥାନା ସମ୍ମୁଖରେ ପାଟିତୁଣ୍ଡ କରିଛନ୍ତି। ଏହାର ଭିଡିଓ ଏବଂ ଫଟୋ ଏବେ ଭାଇଲାର ହେବାରେ ଲାଗିଛି।
ଏଥିରେ ଉତ୍ତ୍ୟକ୍ତ ଲୋକ ଥାନା ସମ୍ମୁଖରେ ପୋଲିସ ଅଧିକାରୀଙ୍କ ସହ ଉଚ୍ଚବାଚ କରୁଥିବା ଜଣାପଡ଼ିଛି। ଘଟଣା ନେଇ ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରୁଥିବା ପ୍ରଚାରିତ ଖବରକୁ ଖଣ୍ଡନ କରିଛନ୍ତି।
ଗଣେଶ ମୂର୍ତ୍ତି ଭସାଣିରେ ଡିଜେ ବଜାଇବାକୁ କେତେକ ବ୍ୟକ୍ତି ଅନୁମତି ପାଇଁ ଥାନାକୁ ଆସିଥିଲେ। ସେଥିରେ କିଛି ବ୍ୟକ୍ତି ମଦ୍ୟ ପାନ କରି ବିଶୃଙ୍ଖଳା କରିଥିବା ଥାନା ଆଇଆଇସି ପ୍ରଧାନ କହିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଜନପ୍ରତିନିଧି ଓ କିଛି ଭଦ୍ରବ୍ୟକ୍ତି ଲୋକଙ୍କୁ ବୁଝାଶୁଝା କରିଥିଲେ। ଫଳରେ ପାଟିତୁଣ୍ଡ କରୁଥିବା ବ୍ୟକ୍ତିମାନେ ଥାନା ସମ୍ମୁଖରୁ ହଟିଥିବା ଜଣାପଡିଛି।
The post ଗଣେଶ ଭସାଣି: ଡିଜେ ପାଇଁ ଥାନାରେ ପାଟିତୁଣ୍ଡ appeared first on Dharitri Odia News.