କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର, ନୂଆ ରୂପ ଦେଇଛନ୍ତି ଅଧ୍ୟାପିକା

ପଟାଙ୍ଗୀ: ଅଧ୍ୟାପିକାଙ୍କ ଅନନ୍ୟ କଳାକୃତ୍ତି। ପାଚେରୀରେ ଦେବା ଦେବୀ ସହ ଲୋକ କଳାର ଝଲକ। ଅବସର ସମୟ ମିଳିଲେ ତୂଳୀ... The post କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର, ନୂଆ ରୂପ ଦେଇଛନ୍ତି ଅଧ୍ୟାପିକା appeared first on .

କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର, ନୂଆ ରୂପ ଦେଇଛନ୍ତି ଅଧ୍ୟାପିକା

ପଟାଙ୍ଗୀ: ଅଧ୍ୟାପିକାଙ୍କ ଅନନ୍ୟ କଳାକୃତ୍ତି। ପାଚେରୀରେ ଦେବା ଦେବୀ ସହ ଲୋକ କଳାର ଝଲକ। ଅବସର ସମୟ ମିଳିଲେ ତୂଳୀ ଧରି ବସିପଡନ୍ତି । ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ କାନ୍ଥରେ ସୁନ୍ଦର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ପେନସିଲ ଆର୍ଟ, ଅଏଲ ପେଣ୍ଟିଂ, ମଡ଼ର୍ଣ୍ଣ  ଆର୍ଟର ସୌନ୍ଦର୍ଯ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ।

କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର । ଢୋଲ ସହ ମନ୍ଦିର ଚିତ୍ର ବି ହୋଇଛି । ଏଭଳି ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି ଜଣେ ଅଧ୍ୟାପିକା । ସେମିଲିଗୁଡା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତ କାନ୍ଥରେ ସୁନ୍ଦର ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଛନ୍ତି। ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରିବା ପରେ ଟିକେ ଅବସର ସମୟ ମିଳିଲେ ତୂଳୀ ଧରି ବସିପଡନ୍ତି। ତାଙ୍କର ପେନସିଲ ଆର୍ଟ, ଅଏଲ ପେଣ୍ଟିଂ, ମଡ଼ର୍ଣ୍ଣ  ଆର୍ଟର ସୌନ୍ଦର୍ଯ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଚିତ୍ରକଳାରେ ବିଧିବଦ୍ଧ ଭାବେ କୌଣସି ଡିଗ୍ରୀ ହାସଲ କରିନଥିଲେ ମଧ୍ୟ ସୁନ୍ଦର ଚିତ୍ର ଆଙ୍କିପାରନ୍ତି । ସେମିଳିଗୁଡ଼ା ମହାବିଦ୍ୟାଳୟର ପ୍ରାୟ ଦେଢ଼ ଶହ ମିଟର ଦୀର୍ଘ ପାଚେରୀକୁ ଏକୁଟିଆ  ନିଜର ଚିତ୍ରକଳାରେ ସଜ୍ଜିତ କରିଛନ୍ତି ।

ପିଲାଟି ବେଳରୁ  ଅଧ୍ୟାପିକା ଡକ୍ଟର ବିଦ୍ୟୁତପ୍ରଭା ରାଉତଙ୍କ ନିଶା ହେଉଛି ଚିତ୍ର ଆଙ୍କିବା । ଆଗରୁ ଘରେ ଚିତ୍ର ଆଙ୍କୁ ଥିଲେ । ରାଜ୍ୟ ସରକାର ଙ୍କ ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏବେ ନିଜ କଲେଜ କାନ୍ଥରେ ଚିତ୍ର ଆଙ୍କିବା ପାଇଁ ସୁଯୋଗ ପାଇଲେ । ନିଜେ କଲେଜ କାନ୍ଥରେ ଚିତ୍ର ଆଙ୍କିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଚିତ୍ର ଆଙ୍କିବା ପାଇଁ ଉତ୍ସାହିତ କରୁଛନ୍ତି । କଲେଜ କାନ୍ଥ ଗୁଡିକ ଏବେ  ବିଭିନ୍ନ  ଚିତ୍ର ରେ ପରିପୂର୍ଣ୍ଣ ।

 

 

The post କାନ୍ଥରେ ଓଡିଶୀ, ଜଗନ୍ନାଥଙ୍କ ଚିତ୍ର, ନୂଆ ରୂପ ଦେଇଛନ୍ତି ଅଧ୍ୟାପିକା appeared first on .