କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି…

ପ୍ରୟାଗରାଜ,୨୭।୧: ଆଇଆଇଟିଆନ ବାବା ନାମରେ ସବୁଠି ପ୍ରସିଦ୍ଧ ହୋଇଥିବା ଅଭୟ ସିଂହ ଏବେ ତାଙ୍‌କ ଲୋକପ୍ରିୟତାରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏବେ ସେ ତାଙ୍କର ପୁରୁଣା ଜୀବନକୁ ଫେରିବାକୁ ଚାହୁଁଛନ୍ତି। ମହାକୁମ୍ଭ ୨୦୨୫ ରେ ପ୍ରସିଦ୍ଧ ହୋଇଥିବା IITian ବାବାଙ୍କୁ ଏକ ସାମ୍ପ୍ରତିକ ସାକ୍ଷାତକାରରେ ତାଙ୍କ ଯନ୍ତ୍ରଣା ବାଣ୍ଟି କାନ୍ଦୁଥିବାର ଦେଖାଯାଇଥିଲା। ସେ କହିଛନ୍ତି ଯେ ତାଙ୍କୁ ଏହି ଲୋକପ୍ରିୟତା ଏବଂ ଆଇଆଇଟିଆନ ବାବାଙ୍କ ଟ୍ୟାଗ ଆଦୌ ପସନ୍ଦ ନୁହେଁ। ଅଭୟ ସିଂହ ତାଙ୍କର ପୁରୁଣା ସରଳ […] The post କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି… appeared first on Dharitri Odia News.

କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି…

ପ୍ରୟାଗରାଜ,୨୭।୧: ଆଇଆଇଟିଆନ ବାବା ନାମରେ ସବୁଠି ପ୍ରସିଦ୍ଧ ହୋଇଥିବା ଅଭୟ ସିଂହ ଏବେ ତାଙ୍‌କ ଲୋକପ୍ରିୟତାରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏବେ ସେ ତାଙ୍କର ପୁରୁଣା ଜୀବନକୁ ଫେରିବାକୁ ଚାହୁଁଛନ୍ତି। ମହାକୁମ୍ଭ ୨୦୨୫ ରେ ପ୍ରସିଦ୍ଧ ହୋଇଥିବା IITian ବାବାଙ୍କୁ ଏକ ସାମ୍ପ୍ରତିକ ସାକ୍ଷାତକାରରେ ତାଙ୍କ ଯନ୍ତ୍ରଣା ବାଣ୍ଟି କାନ୍ଦୁଥିବାର ଦେଖାଯାଇଥିଲା। ସେ କହିଛନ୍ତି ଯେ ତାଙ୍କୁ ଏହି ଲୋକପ୍ରିୟତା ଏବଂ ଆଇଆଇଟିଆନ ବାବାଙ୍କ ଟ୍ୟାଗ ଆଦୌ ପସନ୍ଦ ନୁହେଁ। ଅଭୟ ସିଂହ ତାଙ୍କର ପୁରୁଣା ସରଳ ଜୀବନକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସାକ୍ଷାତକାରରେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ଅଭୟ ସିଂହ କହିଥିଲେ, ‘ପ୍ରସିଦ୍ଧ ହେବା ପୂର୍ବରୁ, ମୁଁ ଯାହା ବି କଲି, କେହି ଜାଣିପାରିଲେ ନାହିଁ। ବାବାଜୀ ଏବଂ ମୁଁ ରାସ୍ତା ପାର୍ଶ୍ୱରେ ବସି ଏକ ସରଳ ଜୀବନଯାପନ କରୁଥିଲୁ। ଏବେ ଏହି ସମସ୍ତ ଲୋକପ୍ରିୟତା ମୋ ପାଇଁ ବୋଝ ପାଲଟିଛି। ମୁଁ କେବଳ ମୋର ଆଧ୍ୟାତ୍ମିକତା ଜାରି ରଖିବାକୁ ଚାହୁଁଛି। ‘ଆଇଆଇଟିଆନ ବାବା’ଙ୍କ କାହାଣୀ ଏବେ ଶେଷ ହେବା ଉଚିତ।
ଅଭୟ ସିଂହ କହିଛନ୍ତି ଯେ ସେ ପୁଣି ଥରେ ତାଙ୍କର ପୁରୁଣା ଜୀବନକୁ ଫେରିବାକୁ ଚାହାଁନ୍ତି। ସେ କାହାର ଦୃଷ୍ଟି ଆକର୍ଷଣ ନକରି ଶାନ୍ତିପୂର୍ଣ୍ଣ ଭାବରେ ତାଙ୍କର ସାଧନା ଜାରି ରଖିବାକୁ ଚାହାଁନ୍ତି। ମୁଁ ଆଉ ଏହି ଲୋକପ୍ରିୟତାର ବୋଝ ବହନ କରିପାରିବି ନାହିଁ। ମୁଁ କେବଳ ଶାନ୍ତି ଚାହେଁ। ଏବେ, କେବଳ ଭୋଳେ ଭଣ୍ଡାରୀ ଜାଣନ୍ତି ଯେ ସେ ଏହି ମହାକୁମ୍ଭରେ କିପରି ଶାନ୍ତି ପାଇବେ।

The post କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି… appeared first on Dharitri Odia News.