କାନ୍ଦିଲେ, ଦଣ୍ଡବତ ହେଲେ, ବିଦାୟ ନେଲେ
ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତ ୨-୧ରେ ସ୍ପେନ ହରାଇବା ପରେ ଶ୍ରୀଜେଶ କାନ୍ଦି ପକାଇଥିଲେ। ଏଥିସହ ସେ ପଡ଼ିଆରେ ନିଜ ଗୋଲକିପିଂ ଗ୍ଲୋବ୍ସକୁ ରଖି ଦଣ୍ଡବତ ହୋଇଥିଲେ।
ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ହକି ପାଇଁ ନିଜର ସବୁ କିଛି ଦେଇଥିବା ପିଆର ଶ୍ରୀଜେଶ ଶେଷରେ ନିଜର ପ୍ରିୟ ଖେଳକୁ ଅଲବିଦା କହିଛନ୍ତି। ଭାରତ ପାଇଁ ଅଲିମ୍ପିକ୍ସରେ ଶେଷ ମ୍ୟାଚ୍ ଖେଳୁଥିବା ଗୋଲକିପର ଶ୍ରୀଜେଶ ଆଜି ବ୍ରୋଞ୍ଜ ପଦକ ସହ ନିଜ ହକି କ୍ୟାରିୟରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତ ୨-୧ରେ ସ୍ପେନ ହରାଇବା ପରେ ଶ୍ରୀଜେଶ କାନ୍ଦି ପକାଇଥିଲେ। ଏଥିସହ ସେ ପଡ଼ିଆରେ ନିଜ ଗୋଲକିପିଂ ଗ୍ଲୋବ୍ସକୁ ରଖି ଦଣ୍ଡବତ ହୋଇଥିଲେ। ଲୁହା ଭିଝା ଆଖିରେ ଶ୍ରୀଜେଶ ଗୋଲପୋଷ୍ଟ ସହ ଗ୍ଲୋବସକୁ ଦଣ୍ଡବତ ହେବାର ମୁହୂର୍ତ୍ତ ବେଶ ଭାବବିହ୍ୱଳ ରହିଥିଲା।
ଯେଉଁ ଶ୍ରୀଜେଶ ୧୮ ବର୍ଷ ଧରି ଭାରତୀୟ ହକିକୁ ନିଜ କାନ୍ଧରେ ବୋହିଥିଲେ ଆଜି ତାଙ୍କ ଦଳର ଅଧିନାୟକ ହରମନପ୍ରୀତ ସିଂହ କାନ୍ଧରେ ବସାଇ ବୁଲାଇଥିଲେ। ଶ୍ରୀଜେଶ ହେଉଛନ୍ତି ଭାରତୀୟ ହକି ଟିମର ସର୍ବକାଳୀନ ମହାନ ଖେଳାଳି। ସେ ଅନେକ ହାର ଜିତ ଦେଖିଛନ୍ତି। ହେଲେ ଆଜି ସେ ତାଙ୍କ ଗୋଲକିପିଂ ଇକ୍ୟୁପମେଣ୍ଟକୁ ଅଲବିଦା କହିବା ବେଳେ କାନ୍ଦି ପକାଇଥିଲେ। ସେ ଗୋଲପୋଷ୍ଟ ଆଗରେ ଦଣ୍ଡବତ ହେବା ପରେ ପଡ଼ିଆ ଛାଡ଼ିଥିଲେ।
No Indian will pass without liking this post!
Chak De India ???????? Back to Back #Bronze medal!!#Sreejesh #Harmanpreet #Hockey #HockeyIndia #IndiaVsSpain #IndiaAtParis24 #IndiaAtOlympics #INDvsESP #NeerajChopra #GOLD pic.twitter.com/WkPt4jaCDM— ABHINAV MISHRA ???? (@xAbhinavMishra) August 8, 2024
ପିଆର ଶ୍ରୀଜେଶ ଭାରତୀୟ ହକି ଟିମରେ ସୁପରମ୍ୟାନ ଭାବେ ବେଶ ଜଣାଶୁଣା। ୨୦୦୬ରେ ଭାରତୀୟ ସିନିୟର ଟିମ୍ ପାଇଁ ଡେବ୍ୟୁ କରିଥିଲେ ଶ୍ରୀଜେଶ। ସେ ଭାରତ ପକ୍ଷରୁ ୩୩୫ଟି ମ୍ୟାଚ୍ ଖେଳିଛନ୍ତି। ଏହାପୂର୍ବରୁ ୨୦୦୪ରେ ଜାତୀୟ ଜୁନିୟର ଟିମ୍ରେ ସାମିଲ ହୋଇଥିଲେ ଶ୍ରୀଜେଶ।
ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଜାତୀୟ ଜୁନିୟର ଟିମ୍ ତରଫରୁ ଖେଳିଥିଲେ ପ୍ରଥମ ମ୍ୟାଚ୍। ୨୦୦୬ରେ କୋଲମ୍ବୋରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ଜାତୀୟ ସିନିୟର ଟିମ୍ରେ ଡେବ୍ୟୁ କରିଥିଲେ।
କୋଚି ଉପକଣ୍ଠ କିଝାକ୍କାମ୍ବାଲମରେ ଜନ୍ମିତ ଶ୍ରୀଜେଶଙ୍କ ବାପା ଦୁଇଟି ଗାଈ ବିକ୍ରୀ କରି ତାଙ୍କ ପାଇଁ ହକି କିଟ କିଣିଥିଲେ। ପ୍ରଥମେ ସେ ହକି ଶିଖିବା ପାଇଁ ଥିରୁଅନନ୍ତପୁରମରେ ଥିବା ଜିଭି ରାଜା ସ୍ପୋର୍ଟସ ସ୍କୁଲରେ ଭର୍ତ୍ତି ହୋଇଥିଲା। ସେଠାରେ କୋଚ୍ ତାଙ୍କୁ ଗୋଲକିପର ହେବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ସେ ଗୋଲକିପିଂ କରି ଆସୁଛନ୍ତି।
Brilliant Bronze ???? for ???????? Boys in blue ???? #Hockey
Excellent team work& performance. ???????? #Harmanpreet 'SARPANCH'd hats off 10 goals ???? in #ParisOlympics2024 #sreejesh greatest goalkeeper
#HarmanpreetSingh #Paris2024 #Paris2024Olympic #OlympicGames #Sreejesh pic.twitter.com/XzLH5LX4f3— Trupti Murgunde (@TMurgunde) August 8, 2024
ପ୍ରାରମ୍ଭିକ ଭାବେ ହିନ୍ଦୀ ଭାଷା କୁହାଯାଉଥିବା ପରିବେଶରେ ଶ୍ରୀଜେଶ ଅଡ଼ୁଆ ଅନୁଭବ କରିଥିଲେ। କିନ୍ତୁ ସେ ନିଜ ଗୋଲକିପିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିସହ ନିଜକୁ ମଧ୍ୟ ହିନ୍ଦୀ ଭାଷା ପରିବେଶରେ ଖାପ ଖୁଆଇ ଦେଇଥିଲେ।
ଶ୍ରୀଜେଶ ତାଙ୍କ କ୍ୟାରିୟର ମଧ୍ୟରେ ୩ ଥର ଏସିଆନ ଗେମ୍ସ ମେଡାଲ ଜିତିଛନ୍ତି। ଏହା ମଧ୍ୟରେ ୨୦୨୨ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ଏହି ସ୍ୱର୍ଣ୍ଣ ପଦକ ଯୋଗୁ ଭାରତୀୟ ଟିମ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ଥିଲା। ୨୦୨୧ ଓ ୨୦୨୨ରେ ସେ ଏଫଆଇଏଚ୍ ପକ୍ଷରୁ ଶ୍ରେଷ୍ଠ ଗୋଲକିପର ଆଖ୍ୟା ପାଇଥିଲେ।
ଭାରତୀୟ ହକି ପାଇଁ ତାଙ୍କର ଅବଦାନ ଯୋଗୁ ଶ୍ରୀଜେଶ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ୨୦୨୧ରେ ତାଙ୍କୁ ଖେଳ ରତ୍ନରେ ସମ୍ମାନୀତ କରାଯାଇଥିଲା।
ଭାରତ ୧୯୭୨ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସରେ ବ୍ୟାକ ଟୁ ବ୍ୟାକ ପଦକ ଜିତିଛି। ଏଥିସହ ଅଲିମ୍ପିକ୍ସରେ ଭାରତୀୟ ହକି ନିଜର ୧୩ତମ ମେଡାଲ ହାସଲ କରିଛି। ଏଥିରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ରହିଛି।