କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୫।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କାର ବହୁତ ପସନ୍ଦ କରନ୍ତି। ରୋହିତଙ୍କୁ ପ୍ରାୟତଃ ମୁମ୍ବାଇରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଏ, ପ୍ରଶଂସକମାନେ ତାଙ୍କ କାର କଲେକସନ ସହିତ ପରିଚିତ। ତଥାପି, ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ କାର ଲାମ୍ବୋର୍ଗିନୀ ପାଇଁ କାନ୍ଦୁଥିବାର ଦେଖାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ, ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ବିଜ୍ଞାପନ କମ୍ପାନୀଗୁଡ଼ିକ ମଧ୍ୟ IPLର ୧୮ତମ ସିଜିନ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ନିଜର ପ୍ରଡକ୍ଟକୁ […] The post କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କାର ବହୁତ ପସନ୍ଦ କରନ୍ତି। ରୋହିତଙ୍କୁ ପ୍ରାୟତଃ ମୁମ୍ବାଇରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଏ, ପ୍ରଶଂସକମାନେ ତାଙ୍କ କାର କଲେକସନ ସହିତ ପରିଚିତ। ତଥାପି, ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ କାର ଲାମ୍ବୋର୍ଗିନୀ ପାଇଁ କାନ୍ଦୁଥିବାର ଦେଖାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ, ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା।
ବିଜ୍ଞାପନ କମ୍ପାନୀଗୁଡ଼ିକ ମଧ୍ୟ IPLର ୧୮ତମ ସିଜିନ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ନିଜର ପ୍ରଡକ୍ଟକୁ ନେଇ ିଭିନ୍ନ ଭିନ୍ନ ଆଇଡିଆ ସହ ବିଜ୍ଞାପନ ତିଆରି କରୁଛନ୍ତି। ଏବେ ଏକ କମ୍ପାନୀ ପାଇଁ ବିଜ୍ଞାପନ କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ କାନ୍ଦୁଥିବା ପରି ଅଭିନୟ କରିବାକୁ ପଡିଲା। ରୋହିତ ଶନିବାର, ମାର୍ଚ୍ଚ ୧୫ ତାରିଖରେ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି।
ଭିଡିଓ ଶେୟାର କରିବା ସମୟରେ ରୋହିତ ଲେଖିଛନ୍ତି ଯେ ୨୬୪ ସର୍ବଦା ପ୍ରଶଂସକମାନଙ୍କ ପାଇଁ ଥିଲା ଏବଂ ରହିବ। ସୂଚନାଯୋଗ୍ୟ, ରୋହିତ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନର ଇନିଂସ ଖେଳିଥିଲେ। ଯେତେବେଳେ ସେ Lamborghini Urus କାର କିଣିଲେ, ସେତେବେଳେ ତାଙ୍କୁ ‘264’ ନମ୍ବର ଥିବା ଏକ ସ୍ବତନ୍ତ୍ର ନମ୍ବର ପ୍ଲେଟ ମିଳିଥିଲା।
The post କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.