କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମର ବାବୁଲା ମୁଣ୍ଡାଙ୍କ ସ୍ତ୍ରୀ ସୁକୁମାରୀ ଓରଫ ମୁନୁ (୩୫)। ମୃତ ସୁକୁମାରୀ ମା’ଙ୍କ ସୂଚନା ମୁତାବକ ରବିବାର ଝିଅ ସୁକୁମାରୀ ଓ ଜ୍ୱାଇଁ ବାବୁଲି ମାଙ୍କଡପାଳର ଏକ ଦୋକାକୁ ଯାଇଥିବା ବେଳେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ […] The post କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.
ପାଟଣା,୨୪।୧୨(ବୀର କିଶୋର ଦାଶ): ଚଣ୍ଡିଖୋଲ ନିକଟସ୍ଥ ମାଙ୍କଡପାଳ ଗ୍ରାମକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିବା ମହିଳାଙ୍କ ରବିବାର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମର ବାବୁଲା ମୁଣ୍ଡାଙ୍କ ସ୍ତ୍ରୀ ସୁକୁମାରୀ ଓରଫ ମୁନୁ (୩୫)। ମୃତ ସୁକୁମାରୀ ମା’ଙ୍କ ସୂଚନା ମୁତାବକ ରବିବାର ଝିଅ ସୁକୁମାରୀ ଓ ଜ୍ୱାଇଁ ବାବୁଲି ମାଙ୍କଡପାଳର ଏକ ଦୋକାକୁ ଯାଇଥିବା ବେଳେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବାବୁଲି ଉତ୍ତ୍ୟକ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ସୁକୁମାରୀର ତଣ୍ଟି ଚିପି ହତ୍ୟା କରିଥିବା ସେ କହିଛନ୍ତି । ଏହାପରେ ପରିବାର ଲୋକେ ମାଙ୍କଡପାଳ ଯାଇ ଶବ ନେଇ ଡିଆନାଳି ଚତୁରି ସାହି ବାପ ଘରେ ରଖିଛନ୍ତି। ତେବେ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ନ ଥିବା ବେଳେ ସମଗ୍ର ଘଟଣାଟି ସନ୍ଦେହ ଘେରାରେ ରହିଛି। ଏନେଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ପରେ ଯାହା କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି।
The post କାମ କରିବାକୁ ଯାଇଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ appeared first on Dharitri Odia News.