କାମ ଦେଉନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ନିର୍ଦ୍ଦେଶ ପରେ ବି ସମସ୍ୟାର ହେଉନି ସମାଧାନ

ନନ୍ଦିଘୋଷ ବ୍ୟୁରୋ: ଆଉ ଦୁଇ ସପ୍ତାହ ପରେ ରାଜ୍ଯ ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳିବାକୁ ଯାଉଛନ୍ତି। ବର୍ଷ ପୂର୍ତ୍ତି... The post କାମ ଦେଉନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ନିର୍ଦ୍ଦେଶ ପରେ ବି ସମସ୍ୟାର ହେଉନି ସମାଧାନ appeared first on .

କାମ ଦେଉନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ନିର୍ଦ୍ଦେଶ ପରେ ବି ସମସ୍ୟାର ହେଉନି ସମାଧାନ

ନନ୍ଦିଘୋଷ ବ୍ୟୁରୋ: ଆଉ ଦୁଇ ସପ୍ତାହ ପରେ ରାଜ୍ଯ ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳିବାକୁ ଯାଉଛନ୍ତି। ବର୍ଷ ପୂର୍ତ୍ତି ଉତ୍ସବରେ ବର୍ଷକ ମଧ୍ଯରେ ସରକାର ଗ୍ରହଣ କରିଥିବା ସବୁ ବିକାଶମୂଳକ କାମର ତାଲିକା ଦେବେ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ହେଲେ ବହୁ ଆଶା ନେଇ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀକୁ ଆସୁଥିବା ଲୋକଙ୍କ ମଧ୍ଯରୁ ବହୁ ଲୋକଙ୍କ ସମସ୍ଯାର ସମାଧାନ ହେଉନଥିବା ଅଭିଯୋଗ ହେଉଛି। ବାରମ୍ବାର ଆସୁଛନ୍ତି, ହେଲେ ଫଳ ଶୂନ। ମୁଖ୍ଯମନ୍ତ୍ରୀ ଦେଉଥିବା ନିର୍ଦ୍ଦେଶକୁ ତଳ ସ୍ତରରେ ଅଫିସର ମାନୁନଥିବା ଅଭିଯୋଗ ହେଉଛି।

ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବି ଲୋକଙ୍କ ସମସ୍ଯାର ହେଉନି ସମାଧାନ । ଅଭିଯୋଗ ଶୁଣାଣୀକୁ ଆସିଥିବା କିଛି ସଂଗଠନ ଓ ସାଧାରଣ ଲୋକ ଏଭଳି ଅଭିଯୋଗ କରିଛନ୍ତି… ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଯାଇ ଅନେକ ହେଉଛନ୍ତି ନିରାଶ ।  ରାଜେଶ କୁମାର ବେହେରା। ଅନୁକମ୍ପାମୂଳକ ଥଇଥାନ ଆଶାୟୀ ଭାବେ ରାଜେଶଙ୍କ ସହ ଅନେକ ପିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି । ସମ୍ବଲପୁରରେ ଅଭିଯୋଗ ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସମସ୍ତଙ୍କ ପାଇଁ କିଛି କରାଯିବ ବୋଲି କହିଥିଲେ ମୁଖ୍ଯମନ୍ତ୍ରୀ । ହେଲେ ଆଜିର ଶୁଣାଣି ବେଳେ ପ୍ରତିଶ୍ରୁତି ପାଲଟିଛି ପାଣି ଫୋଟକା । ନିରାଶ ହୋଇ ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି ସମସ୍ତେ । ସେହିଭଳି କଂହ୍ନେଇପୁରର ସରୋଜିନୀ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ଦୁଇଥର ଭେଟିଲେଣି।   ଘର ଭାଙ୍ଗି ଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ସାକ୍ଷାତ ପରେ ବି ଫଳ ଶୂନ। ଏଥର ସମସ୍ୟା ନଶୁଣିଲେ ଭରସା ତୁଟିଯିବ ବୋଲି ସେ କହିଛନ୍ତି।

ସେପଟେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜଣେ ଉଚ୍ଚ ଶିକ୍ଷିତା ମହିଳା ଅର୍ଚ୍ଚନା କାନୁନଗଙ୍କ କଥା । ଅଭିଯୋଗ ପ୍ରକୋଷ୍ଠରେ ସମସ୍ୟାର ସମାଧାନ ନେଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଅର୍ଚ୍ଚନାଙ୍କ ଆଗରେ ତୁରନ୍ତ ଅଭିଯୋଗର ସମାଧାନ ପାଇଁ  ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ଘଟଣାକୁ ପୁରିଲାଣି ଦୁଇ ମାସ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ସମସ୍ଯାର ସମାଧାନ ହୋଇପାରୁନି । ସେହିଭଳି ଜିଆଇଏ ଦାବି ନେଇ ବାରମ୍ବାର ଅଭିଯୋଗ ପ୍ରକୋଷ୍ଠ ଆସିଛନ୍ତି ଶିକ୍ଷକ ଅଧ୍ୟାପକ ସଂଘ। ପୂର୍ବରୁ ହାଇଲେବଲ କମିଟି ଗଠନ କଥା କହିଥିଲେ। ଶହେ ଦିନରେ ଦାବି ପୂରଣ ହେବ ବୋଲି କହିଥିଲେ ସରକାର, ଶହେ ବଦଳରେ ୩୬୫ ଦିନ ହେଲାଣି କିନ୍ତୁ କିଛି ହେଉନି ବୋଲି ଅଭିଯୋଗ ହୋଇଛି। ସେପଟେ ଏବେ ସୁଦ୍ଧା ଅଭିଯୋଗର ୮୫ ପ୍ରତିଶତ ସମସ୍ୟାର ସମାଧାନ ହୋଇ ପାରିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଭିଯୋଗ ପରେ ଅଭିଯୋଗ ଶୁଣା ଚାଲିଛି କିନ୍ତୁ ଫଳ ଶୁନ। ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡ଼ି ଦୌଡ଼ି ଏବେ ନିରାଶ ଜନତା ।

The post କାମ ଦେଉନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ନିର୍ଦ୍ଦେଶ ପରେ ବି ସମସ୍ୟାର ହେଉନି ସମାଧାନ appeared first on .