କାମରେ ଆସୁନି ଆମ ବ୍ୟାଙ୍କ

ରସୁଲପୁର,୨୯ା୯(ରଞ୍ଜିତ ରାଉତ): ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲାଯାଇଛି। ଏହା ଜରିଆରେ ଉପଭୋକ୍ତାଙ୍କ ନିକଟରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ ଏହି ବ୍ୟାଙ୍କ୍‌ ଲୋକଙ୍କ କାମରେ ଆସୁନାହିଁ। ଆମ ବ୍ୟାଙ୍କ କେନ୍ଦ୍ରରୁ ଅତ୍ୟାବଶ୍ୟକ ସେବା ମିଳୁ ନ ଥିବାରୁ ରସୁଲପୁର ବ୍ଲକ ଅଞ୍ଚଳର ଉପଭୋକ୍ତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଆଦିକୁ ଯାଇ ନାନା ହଇରାଣହରକତ ହେଉଛନ୍ତି। ବିଶେଷକରି ସୁଭଦ୍ରା ଯୋଜନାରେ […] The post କାମରେ ଆସୁନି ଆମ ବ୍ୟାଙ୍କ appeared first on Dharitri Odia News.

କାମରେ ଆସୁନି ଆମ ବ୍ୟାଙ୍କ

ରସୁଲପୁର,୨୯ା୯(ରଞ୍ଜିତ ରାଉତ): ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲାଯାଇଛି। ଏହା ଜରିଆରେ ଉପଭୋକ୍ତାଙ୍କ ନିକଟରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ ଏହି ବ୍ୟାଙ୍କ୍‌ ଲୋକଙ୍କ କାମରେ ଆସୁନାହିଁ। ଆମ ବ୍ୟାଙ୍କ କେନ୍ଦ୍ରରୁ ଅତ୍ୟାବଶ୍ୟକ ସେବା ମିଳୁ ନ ଥିବାରୁ ରସୁଲପୁର ବ୍ଲକ ଅଞ୍ଚଳର ଉପଭୋକ୍ତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଆଦିକୁ ଯାଇ ନାନା ହଇରାଣହରକତ ହେଉଛନ୍ତି। ବିଶେଷକରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଇ-କେୱାଇସି ଓ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଉପଭୋକ୍ତା ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ ଛିଡ଼ାହୋଇ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସେବା ଆମ ବ୍ୟାଙ୍କରେ ଉପଲବ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି। ପଞ୍ଚାୟତସ୍ତରରେ ଥିବା ଆମ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ହେଲେ ଉପଭୋକ୍ତା ଦୂରଦୂରାନ୍ତରେ ଥିବା ବ୍ୟାଙ୍କକୁ ଯାଇ ହଇରାଣହରକତ ହେବାରୁ ବର୍ତ୍ତିଯାଇପାରନ୍ତେ ବୋଲି କୁହାଯାଉଛି।
୨୦୨୩-୨୪ ଆର୍ଥତ୍କ ବର୍ଷରେ ଆମ ବ୍ୟାଙ୍କ ଖୋଲାଯାଇଛି। ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଚୁକ୍ତି କରି ପ୍ରତ୍ୟେକ ପଞ୍ଚାୟତରେ ଆମ ବ୍ୟାଙ୍କ ସିଏସ୍‌ପି-ପ୍ଲସ(କଷ୍ଟମର ସର୍ଭିସ ପଏଣ୍ଟ-ପ୍ଲସ) ଖୋଲାଯାଇଛି। ଏହି ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା, ଆର୍ଥତ୍କ କାରବାର/ରେମିଟାନ୍ସ ସୁବିଧା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍‌ସନ ଯୋଜନାର ରିନ୍ୟୁଆଲ ଓ ପରିଚାଳନା, ଆଧାର ଜରିଆରେ ଦେୟ ପ୍ରଦାନ, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ, ସୁକନ୍ୟା ଯୋଜନା ଜମାଖାତା ଖୋଲିବା, ଚଳନ୍ତି ଓ ସ୍ଥାୟୀ ଜମାଖାତା ଖୋଲିବା, ବିଦ୍ୟୁତ୍‌, ଟେଲିଫୋନ, ଡିଟିଏଚ୍‌, ଗ୍ୟାସ ବିଲ୍‌ ଆଦି ପୈଠ କରିବା, ଚେକ୍‌ ବୁକ୍‌, ଲାଇଫ ସାର୍ଟିଫିକେଟ୍‌, ଡେବିଟ୍‌ କାର୍ଡ, ପାସ୍‌ବୁକ୍‌ ଅପଟୁଡେଟ୍‌ କରିବା, ଏସ୍‌ଏଚ୍‌ଜି ଓ ଜେଏଲଜି(ଜଣ୍ଟଟ, ଲାଇବେଲିଟ୍‌ ଗ୍ରୁପ୍‌), ଇ-କେୱାଇସି ପ୍ରପୋଜାଲ, ଆକାଉଣ୍ଟ ରିନ୍ୟୁଆଲ ଭଳି ସେବା ପ୍ରଦାନ କରିବା ପାଇଁ ସରକାରଙ୍କ ବ୍ୟାଙ୍କଗୁଡିକର ଚୁକ୍ତି ହୋଇଛି। ମାତ୍ର ଆମ ବ୍ୟାଙ୍କଗୁଡ଼ିକରେ ଏଭଳି ସୁବିଧା ମିଳୁ ନ ଥିବାରୁ ଉପଭୋକ୍ତା ବ୍ୟାଙ୍କ ସେବା ପାଇଁ ଆମ ବ୍ୟାଙ୍କ ଖୋଲିବା ପୂର୍ବର ସ୍ଥିତିକୁ ଫେରି ଯାଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଆମ ବ୍ୟାଙ୍କ ସେବାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯିବା ସହ ଉପଯୁକ୍ତ ସେବା ପ୍ରଦାନ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପଞ୍ଚାୟତର ଜନପ୍ରତିନିଧି ମତବ୍ୟକ୍ତ କରିଛନ୍ତି।
ସେହିପରି ସରକାର ଆମ ବ୍ୟାଙ୍କ ସେବାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେଲେ ପଞ୍ଚାୟତରେ ବ୍ୟାଙ୍କ ସେବାର ବାସ୍ତବ ଉଦ୍ଦେଶ୍ୟ ପୂରଣ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ କୁଆଖିଆ ଶାଖା ପରିଚାଳକ ଚିନ୍ମୟ ନାରାୟଣ ପ୍ରଧାନୀଙ୍କୁ ପଚାରିବାରୁ ସେ କହିଛନ୍ତି, ସିଏସ୍‌ପି-ପ୍ଲସ୍‌ ସରକାରଙ୍କ ତତ୍ୱାବଧାନରେ ପରିଚାଳିତ ହେଉଛି। ସେଥିରେ ମୂଳ ବ୍ୟାଙ୍କ ଶାଖାର ବିଶେଷ ଭୂମିକା ନାହିଁ। ଶାଖା ତରଫରୁ କେବଳ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ବାକି ଆମ ବ୍ୟାଙ୍କରେ କି ସୁବିଧା ଉପଲବ୍ଧ ହେବ ସେ ଦିଗରେ ସରକାରୀସ୍ତରରେ ଗୁରୁତ୍ୱ ଦିଆଗଲେ ତାହା ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

The post କାମରେ ଆସୁନି ଆମ ବ୍ୟାଙ୍କ appeared first on Dharitri Odia News.