କାମୁଡି ଘାଇଲା କଲା ମହୁମାଛି: କାମାକ୍ଷାନଗର ସଂସ୍କାର ପବ୍ଲିକ ସ୍କୁଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ,୫ ଗୁରୁତର

କାମାକ୍ଷାନଗର ୨୯/୪: ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ, ୫ ଗୁରୁତର । କାମାକ୍ଷାନଗର ବିରାଶାଳ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ସମର କ୍ୟାମ୍ପ ପାଇଁ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସାପୁଆ ଡ୍ୟାମକୁ ଯାଇଥିଲେ । ସେଠାରେ ହଠାତ ମହୁମାଛି ଆସି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ପିଲାମାନେ ଜୀବନ ବିକଳରେ ଦୌଡି ଦୌଡି ବସ ଭିତରକୁ ପଳାଇ ଆସିଥିଲେ । ଆହତ ଗୁରୁତର ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସ୍କୁଲର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ କହିଛନ୍ତି । 