କାର ସହ ଗଂଜେଇ ଜବତ ଦୁଇ ଗିରଫ
ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ମହାନଦୀ ବ୍ରିଜ ଛକ ଠାରେ ତନଖି କରୁଥିବା ସମୟରେ ଏକ କାରରୁ ୨୦ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ପୁଲିସ ପକ୍ଷରୁ ଗାଡି ତନଖି ଚାଲିଥିବା ବେଳେ ଏକ ନମ୍ବର ବିହୀନ କାର କିଆକଟା ଆଡକୁ ଯାଉଥିବା ବେଳେ ପୁଲିସ କର୍ମଚାରୀ ସନ୍ଦେହରେ ବ୍ରିଜ ଛକ ଠାରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିରୁ ୨୦କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା […]

ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ମହାନଦୀ ବ୍ରିଜ ଛକ ଠାରେ ତନଖି କରୁଥିବା ସମୟରେ ଏକ କାରରୁ ୨୦ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ପୁଲିସ ପକ୍ଷରୁ ଗାଡି ତନଖି ଚାଲିଥିବା ବେଳେ ଏକ ନମ୍ବର ବିହୀନ କାର କିଆକଟା ଆଡକୁ ଯାଉଥିବା ବେଳେ ପୁଲିସ କର୍ମଚାରୀ ସନ୍ଦେହରେ ବ୍ରିଜ ଛକ ଠାରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିରୁ ୨୦କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଉତ୍ତର ପ୍ରଦେଶର ଯମୁନାନଗର ପେଣ୍ଠ ଥାନାର ରାଜେଶ୍ୱରୀ ମନ୍ଦିର ଗଳି ନଂ୩ର କିସାନ ଚୌଧୁରୀ ଓ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର ଗୋଡିଆପାଟଣାର କାର୍ତ୍ତିକେଶ୍ୱର ରଣାଙ୍କୁ ଗିରଫ କରିଥିଲେ। ଏନେଇ ବୌଦ୍ଧ ଥାନରେ ଥାନା କେସନଂ ୧୫୮/୨୪ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।