କାରରୁ ଜବତ ହେଲା ୬୫ଟି ସୁନା ବିସ୍କୁଟ, ୨ ଅଭିଯୁକ୍ତଙ୍କୁ ଗିରଫ କଲା DRI
ଭୁବନେଶ୍ବର: କାର୍ରେ ଚାଲାଣ ହେଉଥିଲା ସୁନା ବିସ୍କୁଟ। ଗୋଟିଏ ଦୁଇଟି ନୁହେଁ ପୂରା ୬୫ଟି। ଯାହାର ମୂଲ୍ୟ କୋଟି କୋଟିରେ। କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରୁ ଜବତ ହୋଇଛି ଏହି କୋଟି କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ। ଜବତ ସୁନା ବିସ୍କୁଟର ଓଜନ ୯ କେଜି ୧୮୦ ଗ୍ରାମ। ଜବତ ସୁନାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର। ସୂଚନା ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଏକ କାର ଭିତରୁ ୬୫ ଖଣ୍ଡ ସୁନା ବିସ୍କୁଟ ଜବତ କରିଛି DRI । ଏହାସହ ଦୁଇ ଜଣକୁ ଗିରଫ କରିଛି ଡିଆରଆଇ । ଏମାନେ କଲିକତାରୁ ଚୋରା ସୁନା ନେଇ ଏକ କ୍ରେଟା କାର ଯୋଗେ କଟକ ଯାଉଥିଲେ।ତେବେ ପୂର୍ବ ସୂଚନା ମୁତାବକ DRI ଅଧିକାରୀମାନେ ବନ୍ଦୋଳ ଗାଁ ନିକଟ ଟୋଲ ଗେଟ ନିକଟରେ ଗିରଫ କରିଥିଲେ। ବର୍ତ୍ତମାନ ଧରା ପଡ଼ିଥିବା ଦୁଇ ସୁନା ଚାଲାଣକାରୀଙ୍କୁ ମାରାଥନ ଜେରା କରୁଛି DRI ।
ଭୁବନେଶ୍ବର: କାର୍ରେ ଚାଲାଣ ହେଉଥିଲା ସୁନା ବିସ୍କୁଟ। ଗୋଟିଏ ଦୁଇଟି ନୁହେଁ ପୂରା ୬୫ଟି। ଯାହାର ମୂଲ୍ୟ କୋଟି କୋଟିରେ। କଟକ ମଙ୍ଗୁଳି ଟୋଲ୍ ପ୍ଲାଜା ନିକଟରୁ ଜବତ ହୋଇଛି ଏହି କୋଟି କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ। ଜବତ ସୁନା ବିସ୍କୁଟର ଓଜନ ୯ କେଜି ୧୮୦ ଗ୍ରାମ। ଜବତ ସୁନାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର।
ସୂଚନା ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଏକ କାର ଭିତରୁ ୬୫ ଖଣ୍ଡ ସୁନା ବିସ୍କୁଟ ଜବତ କରିଛି DRI । ଏହାସହ ଦୁଇ ଜଣକୁ ଗିରଫ କରିଛି ଡିଆରଆଇ । ଏମାନେ କଲିକତାରୁ ଚୋରା ସୁନା ନେଇ ଏକ କ୍ରେଟା କାର ଯୋଗେ କଟକ ଯାଉଥିଲେ।
ତେବେ ପୂର୍ବ ସୂଚନା ମୁତାବକ DRI ଅଧିକାରୀମାନେ ବନ୍ଦୋଳ ଗାଁ ନିକଟ ଟୋଲ ଗେଟ ନିକଟରେ ଗିରଫ କରିଥିଲେ। ବର୍ତ୍ତମାନ ଧରା ପଡ଼ିଥିବା ଦୁଇ ସୁନା ଚାଲାଣକାରୀଙ୍କୁ ମାରାଥନ ଜେରା କରୁଛି DRI ।