କାର୍ଗିଲ ବିଜୟ ଦିବସରେ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି: ଭୁବନେଶ୍ବରରେ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ଦାବି
ଭୁବନେଶ୍ୱର,୨୬ା୭: ଭାରତୀୟ ସାମରିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିଜୟ ଭାବେ କାର୍ଗିଲ ବିଜୟ ପରିଗଣିତ। ୧୯୯୯ରେ ଏହି ଯୁଦ୍ଧର ବିଜୟକୁ ସ୍ମରଣୀୟ କରାଇବା ଲାଗି ପ୍ରତିବର୍ଷ ଜୁଲାଇ ୨୬ରେ ପାଳିତ ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିବସଟି ଭାରତୀୟ ସୈନିକଙ୍କ ଅତୁଳନୀୟ ସାହସ ଏବଂ ବଳିଦାନ ପ୍ରତି ଏକ ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ବିଙ୍ଗ୍ ଇଣ୍ଡିଆନ ଫାଉଣ୍ଡେସନ ଓ ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ୨୬ତମ କାରଗିଲ ବିଜୟ ଦିବସ […] The post କାର୍ଗିଲ ବିଜୟ ଦିବସରେ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି: ଭୁବନେଶ୍ବରରେ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ଦାବି appeared first on Dharitri Odia News.
ଭୁବନେଶ୍ୱର,୨୬ା୭: ଭାରତୀୟ ସାମରିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିଜୟ ଭାବେ କାର୍ଗିଲ ବିଜୟ ପରିଗଣିତ। ୧୯୯୯ରେ ଏହି ଯୁଦ୍ଧର ବିଜୟକୁ ସ୍ମରଣୀୟ କରାଇବା ଲାଗି ପ୍ରତିବର୍ଷ ଜୁଲାଇ ୨୬ରେ ପାଳିତ ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିବସଟି ଭାରତୀୟ ସୈନିକଙ୍କ ଅତୁଳନୀୟ ସାହସ ଏବଂ ବଳିଦାନ ପ୍ରତି ଏକ ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ବିଙ୍ଗ୍ ଇଣ୍ଡିଆନ ଫାଉଣ୍ଡେସନ ଓ ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ୨୬ତମ କାରଗିଲ ବିଜୟ ଦିବସ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ମେଜର ଜେନେରାଲ ଡ଼. ପ୍ରଦୀପ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାରଗିଲ ବିଜୟରେ ଭାରତୀୟ ସେନାର ସାହାସ, ପରାକ୍ରମ, ବଳୀଦାନ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ସେବା, ଦେଶପ୍ରେମ ଓ ଦାୟିତ୍ୱ ଭାବନା ଗ୍ରହଣ କରିବା ପାଇଁ ପ୍ରେରିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇ.ଜି. ଡ୍ରୋନ୍ସର ପ୍ରତିଷ୍ଠାତା ବୋଧୂସତ୍ତ୍ୱ ସଂଘପ୍ରିୟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଓ ଦେଶର ସେନା ଶକ୍ତି ବୃଦ୍ଧିରେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓଡ଼ିଶାର ଡ୍ରୋନ ଅପରେଶନ ସିନ୍ଦୂର ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସେହିପରି ପୂର୍ବତନ ରଣଜୀ ଖେଳାଳି ସତ୍ୟରଞ୍ଜନ ଶତପଥୀ କହିଛନ୍ତି, ଦେଶ ଓ ସମାଜ ନିର୍ମାଣରେ କ୍ରୀଡ଼ାର ବହୁ ଭୂମିକା ରହିଛି। କ୍ରୀଡ଼ା ମାଧ୍ୟମରେ ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ।
ବିଙ୍ଗ୍ ଇଣ୍ଡିଆନ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ମୃତିରଞ୍ଜନ ବିଶ୍ୱାଳ ଅତିଥିମାନଙ୍କୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲର ଅଧ୍ୟକ୍ଷ ଦେବବ୍ରତ ମହାରଣା ଯୁବପିଢ଼ିଙ୍କ ମନରେ ସମାଜ ଓ ଦେଶସେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଭୁବନେଶ୍ୱରରେ ଏକ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ହେଉ ବୋଲି ବିଙ୍ଗ୍ ଇଣ୍ଡିଆନ ଫାଉଣ୍ଡେସନ ଓ ରୋଟାରାକ୍ଟ କ୍ଲବ ଅଫ ଭୁବନେଶ୍ୱର ରୟାଲ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆହ୍ବାନ କରାଯାଇ ଦସ୍ତଖତ ଅଭିଯାନ କରାଯାଇଥିଲା। କାରଗୀଲ ବିଜୟଠାରୁ ଅପରେଶନ ସିନ୍ଦୂର ପର୍ଯ୍ୟନ୍ତ ସମସ୍ତ ବୀରଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
The post କାର୍ଗିଲ ବିଜୟ ଦିବସରେ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି: ଭୁବନେଶ୍ବରରେ ସେନା ସ୍ମାରକୀ ପାର୍କ ପ୍ରତିଷ୍ଠା ଦାବି appeared first on Dharitri Odia News.