କାର୍ତ୍ତିକ ଶେଷ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ବୁଗୁଡ଼ା,୧୧ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକର ଶେଷ ତଥା ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ପଞ୍ଚ ମହାଦେବଙ୍କ ଆଶିଷ ଲାଭ କରୁଛନ୍ତି। ଏଥିସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା। ବୁଦ୍ଧଖୋଲ ଉନ୍ନୟନ […] The post କାର୍ତ୍ତିକ ଶେଷ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.
ବୁଗୁଡ଼ା,୧୧ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକର ଶେଷ ତଥା ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ପଞ୍ଚ ମହାଦେବଙ୍କ ଆଶିଷ ଲାଭ କରୁଛନ୍ତି। ଏଥିସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହନ ରହଣିର ସୁବନ୍ଦୋବସ୍ତ କରାଯାଇଛି। ଯାନବାହନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ପାର୍କିଂ ଫି’ ସଂଗ୍ରହରେ ସ୍ବେଚ୍ଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପୋଲିସ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ରହିଛି।
The post କାର୍ତ୍ତିକ ଶେଷ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on Dharitri Odia News.