କାର୍ଯ୍ୟକାରୀ ହେବ ‘ସୁଭଦ୍ରା ପ୍ଲସ୍’: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୨: ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠୁ ଓଡ଼ିଶାର ମହିଳାମାନଙ୍କର ଉନ୍ନତୀକରଣ ଓ ସଶକରଣ ଦିରରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ଏହି କ୍ରମରେ ରାଜା ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି। ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯିବ। ଏଥିସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟ୍ରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରାଜ୍ୟ ସରକାର […] The post କାର୍ଯ୍ୟକାରୀ ହେବ ‘ସୁଭଦ୍ରା ପ୍ଲସ୍’: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୮।୨: ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠୁ ଓଡ଼ିଶାର ମହିଳାମାନଙ୍କର ଉନ୍ନତୀକରଣ ଓ ସଶକରଣ ଦିରରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ଏହି କ୍ରମରେ ରାଜା ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି। ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରାଯିବ। ଏଥିସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟ୍ରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ଖୋଲି ଦେଇଛନ୍ତି ପାଣ୍ଠି।
ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୁଭଦ୍ରା ପୁସ୍ କାର୍ଯ୍ୟକାରୀ କରିବେ ସରକାର। ଏଥିରେ ‘କିଶୋରୀ ସୁଭଦ୍ରା’, ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖି, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’ ( ସୁଭଦ୍ରା କ୍ଲବ୍), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), “ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ, *ସୁଭଦ୍ରା ସୁଭଦ୍ରା’ ଓ ‘ସୁଭଦ୍ରା ବୃଦ୍ଧି’ ଭଳି ନୂଆ ପଦକ୍ଷେ ପଦକ୍ଷେପ ନେବେ ସରକାର।
ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିରେ ୯୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୪ ହଜାର ୯ ଶହ କୋଟିରୁ ଅଧିକ ଟଙ୍କା ଦଇଛନ୍ତି। ୫ବର୍ଷରେ ସମସ୍ତ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ । କେବଳ ଏତିକି ଆର୍ଥିକ ସହାୟତାରେ ଅଟକିବ ନାହିଁ ସରକାର। ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ ଗୋଟି ଟଙ୍କା ଓ ସୁଭଦ୍ରା ସୁରକ୍ଷା ଅଧିନରେ ୧୫୩ କୋଟି ଟଙ୍କା ଦିଆଯିବ।
ବଜେଟ ଉପସ୍ଥାପନ ଦେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କରିଛନ୍ତି, ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ଐତିହାସିକ ଏବଂ ପଥ ପ୍ରଦର୍ଶକ ସୁଭଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶା ଇତିହାସରେ ସୁଭଦ୍ରା ହେଉଛି ସର୍ବବୃହତ୍ ଯୋଜନା, ଯାହା ମାଧ୍ୟମରେ ରାଜ୍ୟ ବିକାଶର କାହାଣୀକୁ ପୁନଃକିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି।
The post କାର୍ଯ୍ୟକାରୀ ହେବ ‘ସୁଭଦ୍ରା ପ୍ଲସ୍’: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.