କାର୍ଯ୍ୟରତ ନର୍ସଙ୍କୁ କଲେ ଆକ୍ରମଣ , ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି
ଜୟପୁର : ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । କାର୍ଯ୍ୟରତ ନର୍ସଙ୍କୁ କଲେ ଆକ୍ରମଣ । ଏପରିକି ଜଣେ କି ଦୁଇ ଜଣ ନୁହେଁ ୪ଜଣ ମଦ୍ୟପ ଧାରୁଆ ଚୁଞ୍ଚିରେ ଅତର୍କିତ ଆକ୍ରମଣ କରୁଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ଏହିଭଳି ଘଟଣା ଗତ ୭ତାରିଖ ମଧ୍ୟ ରାତ୍ରରେ ହୋଇଛି । କାହିଁକି ଏପରି ଅଭାବନୀୟ ପରିସ୍ଥିତି ଉପୁଜିଲା କିଛି ସ୍ପଷ୍ଟ […] The post କାର୍ଯ୍ୟରତ ନର୍ସଙ୍କୁ କଲେ ଆକ୍ରମଣ , ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି appeared first on KNews Odisha.

ଜୟପୁର : ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । କାର୍ଯ୍ୟରତ ନର୍ସଙ୍କୁ କଲେ ଆକ୍ରମଣ । ଏପରିକି ଜଣେ କି ଦୁଇ ଜଣ ନୁହେଁ ୪ଜଣ ମଦ୍ୟପ ଧାରୁଆ ଚୁଞ୍ଚିରେ ଅତର୍କିତ ଆକ୍ରମଣ କରୁଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି । ଏହିଭଳି ଘଟଣା ଗତ ୭ତାରିଖ ମଧ୍ୟ ରାତ୍ରରେ ହୋଇଛି । କାହିଁକି ଏପରି ଅଭାବନୀୟ ପରିସ୍ଥିତି ଉପୁଜିଲା କିଛି ସ୍ପଷ୍ଟ ଭାବେ ଜଣା ପଡ଼ିନି ।
ସେପଟେ ମେଡ଼ିକାଲର ଷ୍ଟାଫ୍ ନର୍ସମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାପରେ ଘଟଣାଟି ପ୍ରଘଟ ହୋଇଛି । ସେପଟେ ଏହି ଘଟଣାରେ ଆଜି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଯାଏ କାହାରିକୁ ଗିରଫ କରିନି ପୋଲିସ । କେବେ ଡାକ୍ତର କେବେ ନର୍ସ ଓ ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Also read :ଗିରଫ ହେଲେ ଅଧ୍ୟାପକ, ଦୁର୍ବ୍ୟବହାର ଅଭିଯୋଗ ନେଇ ଦେହରେ ନିଆଁ ଲଗାଇଲେ ଛାତ୍ରୀ
The post କାର୍ଯ୍ୟରତ ନର୍ସଙ୍କୁ କଲେ ଆକ୍ରମଣ , ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି appeared first on KNews Odisha.