କାର୍ଯ୍ୟରେ ଯୋଗଦେଲେ ନୂତନ ବିଇଓ
କୋକସରା,୨୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରେ ଶୁକ୍ରବାର ନୂତନ ବିଇଓ ଭାବେ ମହେଶ କୁମାର ଭାଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ରଶ୍ମିତା ନେତମଙ୍କ ବଦଳି ପରେ ତାଙ୍କ ସ୍ଥାନରେ ମହେଶଙ୍କୁ ନିଯୁକ୍ତ କରାଯାଇଛି। ଏହି ଅବସରରେ ଗାଷ୍ଠି ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବିଆର୍ସିସି ତୋଫାନ ମାଝୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ବିଇଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ […] The post କାର୍ଯ୍ୟରେ ଯୋଗଦେଲେ ନୂତନ ବିଇଓ appeared first on Dharitri Odia News.
କୋକସରା,୨୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରେ ଶୁକ୍ରବାର ନୂତନ ବିଇଓ ଭାବେ ମହେଶ କୁମାର ଭାଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଥିବା ରଶ୍ମିତା ନେତମଙ୍କ ବଦଳି ପରେ ତାଙ୍କ ସ୍ଥାନରେ ମହେଶଙ୍କୁ ନିଯୁକ୍ତ କରାଯାଇଛି। ଏହି ଅବସରରେ ଗାଷ୍ଠି ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ବିଆର୍ସିସି ତୋଫାନ ମାଝୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ବିଇଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସଭାପତି ଭୁରିଶ୍ରବା ଜାଲ, ସମ୍ପାଦକ ସୁବାସ ଚନ୍ଦ୍ର ବାଗ, ଉପସଭାପତି ବୀର କିଶୋର ନାଗ, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଗଗନ ବିହାରୀ ପଟ୍ଟନାୟକ, ଦେବୀସିଂ ମାଝୀ, ଏନ୍ପିଏସ୍ ସଂଘ ପକ୍ଷରୁ ଚନ୍ଦ୍ର ମୋହନ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
The post କାର୍ଯ୍ୟରେ ଯୋଗଦେଲେ ନୂତନ ବିଇଓ appeared first on Dharitri Odia News.