କାର୍ଯ୍ୟରେ ଯୋଗ ଦେବା ପରେ, ତଦାରଖ କଲେ ବିଡିଓ
ଦାରିଙ୍ଗବାଡି,୨୬।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବଡିଓ ଭାବେ ପ୍ରୀତିରଞ୍ଜନ ରଥ ଶୁକ୍ରବାର ବିଳମ୍ବିତ ରାତିରେ କାର୍ଯ୍ୟରେ ଯୋଗଦେଇଥିଲେ। ପରେ ଶନିବାର ସେ ଦାରିଙ୍ଗବାଡି କଫି ବଗିଚା ସମେତ କଫି କାଫେ, ଡୁଲୁରୀ ପାଇନ ବଣ ବୁଲି ଦେଖିଛନ୍ତି। ଡୁଲୁରୀ ପାଇନ ବଣ ଏବେ ରୂପାନ୍ତର କାର୍ଯ୍ୟ ଚାଲିଥିବାରୁ ସେଠାକାର କାର୍ଯ୍ୟ ଦେଖିବା ସହ ଆହୁରି ଏହାର ସୌନ୍ଦର୍ଯ୍ୟକରଣ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ […] The post କାର୍ଯ୍ୟରେ ଯୋଗ ଦେବା ପରେ, ତଦାରଖ କଲେ ବିଡିଓ appeared first on Dharitri Odia News.
ଦାରିଙ୍ଗବାଡି,୨୬।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବଡିଓ ଭାବେ ପ୍ରୀତିରଞ୍ଜନ ରଥ ଶୁକ୍ରବାର ବିଳମ୍ବିତ ରାତିରେ କାର୍ଯ୍ୟରେ ଯୋଗଦେଇଥିଲେ। ପରେ ଶନିବାର ସେ ଦାରିଙ୍ଗବାଡି କଫି ବଗିଚା ସମେତ କଫି କାଫେ, ଡୁଲୁରୀ ପାଇନ ବଣ ବୁଲି ଦେଖିଛନ୍ତି। ଡୁଲୁରୀ ପାଇନ ବଣ ଏବେ ରୂପାନ୍ତର କାର୍ଯ୍ୟ ଚାଲିଥିବାରୁ ସେଠାକାର କାର୍ଯ୍ୟ ଦେଖିବା ସହ ଆହୁରି ଏହାର ସୌନ୍ଦର୍ଯ୍ୟକରଣ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ର, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି ଏବଂ ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି।
ସେହିପରି ଖୁବ ଶୀଘ୍ର ଏହାର କାର୍ଯ୍ୟ ସାରିବାକୁ ବଡିଓ ପ୍ରୀତିରଞ୍ଜନ ରଥ ସହକାରୀ ନିର୍ବହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଫି କାଫେର ଅଧିକ ଉନ୍ନତିକରଣ ଓ ଦାରିଙ୍ଗବାଡି କଫିର ବିକ୍ରିବଟା ଓ ତାର ବିକାଶ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପରେ ମିଶନଶକ୍ତିର ମହିଳା ମାନଙ୍କ ସିଲେଇ କେନ୍ଦ୍ରକୁ ପରିଦର୍ଶନ କରିବା ସହ ମହିଳା ମାନଙ୍କ ସମସ୍ୟା ସମ୍ପର୍କରେ ଶୁଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ।ଏହା ସହ ଡୁଲୁରୀ ପାଇନ ବଣରେ କାର୍ଯ୍ୟଚାଲିଥିବା ୱାକିଂ ଟ୍ରେଲର କାର୍ଯ୍ୟ ତଦାରଖ କରିଥିଲେ।
The post କାର୍ଯ୍ୟରେ ଯୋଗ ଦେବା ପରେ, ତଦାରଖ କଲେ ବିଡିଓ appeared first on Dharitri Odia News.