କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ୟ ସେବନ ଓ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ : ବଉଳାଙ୍ଗ RI ସସ୍‌ପେଣ୍ଡ

ପୁରୀ ୧୫।୧: ପୁରୀ ଜିଲ୍ଲା ଗୋପ ତହସିଲ ବଉଳାଙ୍ଗ ରାଜସ୍ୱ ଇନ୍ସପେକ୍ଟର ବା ଆରଆଇ ଭାବେ କାର୍ଯ୍ୟ କରୁଥିବା ମାର୍ଶାଲ ପ୍ରଧାନ ନିଲମ୍ବିତ ହୋଇଛନ୍ତି ।‌ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଆରଆଇଙ୍କୁ ନିଲମ୍ବନ ବା ସସପେଣ୍ଡ କରିଛନ୍ତି । କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ୟ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏ‌ନେଇ ଉପ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ହେଡ୍‌କ୍ବାର୍ଟର କୃଷ୍ଣ ପ୍ରସାଦ ତହସିଲକୁ ଧାର୍ଯ୍ୟ କରାଯାଇଛି । ତହସିଲଦାର କୃଷ୍ଣ ପ୍ରସାଦଙ୍କ ବିନା ଅନୁମତିରେ ହେଡ୍‌କ୍ବାର୍ଟର ନ ଛାଡିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି‌ ବୋଲି ଜିଲ୍ଲାପାଳ କହିଛନ୍ତି । You Can Read:ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକ, ୨୭କୁ ଖସିଲା ସଂଖ୍ୟା

କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ୟ ସେବନ ଓ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ : ବଉଳାଙ୍ଗ RI ସସ୍‌ପେଣ୍ଡ

ପୁରୀ ୧୫।୧: ପୁରୀ ଜିଲ୍ଲା ଗୋପ ତହସିଲ ବଉଳାଙ୍ଗ ରାଜସ୍ୱ ଇନ୍ସପେକ୍ଟର ବା ଆରଆଇ ଭାବେ କାର୍ଯ୍ୟ କରୁଥିବା ମାର୍ଶାଲ ପ୍ରଧାନ ନିଲମ୍ବିତ ହୋଇଛନ୍ତି ।‌ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ଆରଆଇଙ୍କୁ ନିଲମ୍ବନ ବା ସସପେଣ୍ଡ କରିଛନ୍ତି । କାର୍ଯ୍ୟାଳୟ ପରିସରରେ ମାଦକ ଦ୍ରବ୍ୟ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏ‌ନେଇ ଉପ ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ହେଡ୍‌କ୍ବାର୍ଟର କୃଷ୍ଣ ପ୍ରସାଦ ତହସିଲକୁ ଧାର୍ଯ୍ୟ କରାଯାଇଛି । ତହସିଲଦାର କୃଷ୍ଣ ପ୍ରସାଦଙ୍କ ବିନା ଅନୁମତିରେ ହେଡ୍‌କ୍ବାର୍ଟର ନ ଛାଡିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି‌ ବୋଲି ଜିଲ୍ଲାପାଳ କହିଛନ୍ତି । 

You Can Read:

ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ରୂପାର ଅଢେଇ ମାସର ଧଳା ଶାବକ, ୨୭କୁ ଖସିଲା ସଂଖ୍ୟା