କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର

କୋରାପୁଟ,୩ା୪: ରାଜ୍ୟ ସରକାରଙ୍କ ଦ୍ୱାରା ପାରମ୍ପରିକ ବସ୍ତ୍ର ପରିଧାନ ନେଇ ଘେଷଣା ପରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପତ୍ର ସଂଖ୍ୟା ୩୬୧/୨୦୨୫ ତା ୨/୪/୨୫ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଗୁରୁବାର ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ପରିଚୟ ଭାବରେ ପାଳନ କରାଯାଉଥିବା ବେଳେ ଏଥିନେଇ କୋରାପୁଟ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଓଡ଼ିଶାର ପାରମ୍ପରିକ ବସ୍ତ୍ର ଯଥା କୋଟପାଡ଼, ସମ୍ବଳପୁରୀ ରେଶମ/ଖଦି […] The post କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର appeared first on Dharitri Odia News.

କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର

କୋରାପୁଟ,୩ା୪: ରାଜ୍ୟ ସରକାରଙ୍କ ଦ୍ୱାରା ପାରମ୍ପରିକ ବସ୍ତ୍ର ପରିଧାନ ନେଇ ଘେଷଣା ପରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ପତ୍ର ସଂଖ୍ୟା ୩୬୧/୨୦୨୫ ତା ୨/୪/୨୫ରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଗୁରୁବାର ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ପରିଚୟ ଭାବରେ ପାଳନ କରାଯାଉଥିବା ବେଳେ ଏଥିନେଇ କୋରାପୁଟ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଓଡ଼ିଶାର ପାରମ୍ପରିକ ବସ୍ତ୍ର ଯଥା କୋଟପାଡ଼, ସମ୍ବଳପୁରୀ ରେଶମ/ଖଦି ଇତ୍ୟାଦି ପରିଧାନ କରି ନିଜ ନିଜ କାର୍ଯ୍ୟଳୟକୁ ଆସିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଗୁରୁବାର କୋରାପୁଟ ଜିଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଥିବା ଦେଖାଯାଇଛି। ଜିଲା ପ୍ରଶାସନର ନିର୍ଦ୍ଦେଶନାମା ମାନି ଜିଲାର ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ସମ୍ବଲପୁରୀ ଓ ଖଦଡ଼ ଆଦି ପୋଷାକମାନ ପିନ୍ଧି ରାଜ୍ୟ ସରକାରଙ୍କ ଏହି ଦିବସକୁ ସଫଳ କରିଥିଲେ।

The post କାର୍ଯ୍ୟାଳୟରେ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର appeared first on Dharitri Odia News.