କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି…

ଭୁବନେଶ୍ୱର,୭।୨:  ଆସନ୍ତାକାଲି ଅର୍ଥାତ ଶନିବାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। […] The post କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି… appeared first on Dharitri Odia News.

କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି…

ଭୁବନେଶ୍ୱର,୭।୨:  ଆସନ୍ତାକାଲି ଅର୍ଥାତ ଶନିବାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ।ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ।

ତେବେ ପ୍ରଭାତି ପରିଡା କହିଥିଲେ, ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ତେବେ ଏହି ମାନଙ୍କୁ ସରକାର ଲିଷ୍ଟରୁ କାଟି ଦେଇଛନ୍ତି।

ବ୍ୟାଙ୍କ ଯାଇ ବାୟୋମେଟ୍ରିକ୍‌ ସହ NPCI କରିବାକୁ ଆବେଦନକାରୀଙ୍କୁ ଅପିଲ କରିଥିଲେ ପ୍ରଭାତୀ ପରିଡା । କାରଣ NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ ।

ବେ ଯେଉଁମାନେ NPCI କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସୁଛି ସେମାନେ ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ । NPCI କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ ।

The post କାଲି ଆସିବ ସୁଭଦ୍ରା ଟଙ୍କା: ସରକାରଙ୍କ ଲିଷ୍ଟରୁ ବାଦ୍‌ ପଡ଼ିଛି ଏମାନଙ୍କ ନାଁ, ଟଙ୍କାଟିଏ ବି… appeared first on Dharitri Odia News.