କାଲି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

କାଲି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିନିକିଆ ଗସ୍ତରେ ଆସି ରାଜନାଥ ସିଂହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ନବରଙ୍ଗପୁର ଓ ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ହେବେ। ପରେ ବାରିପଦାରେ ସାଧାରଣ ସଭାରେ ଉଦବୋଧନ ଦେବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ରାଜନାଥ ସିଂହ ଆସନ୍ତାକାଲି ଦିନି ୧୧ଟା ୪୦ରେ ଛତିଶଗଡ଼ର ବସ୍ତରରୁ ଆସି ନବରଙ୍ଗପୁରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେନାର ପୂର୍ବତନ ଅଧିକାରୀ ଓ ଯବାନଙ୍କୁ ଭେଟି ଆଲୋଚନା କରିବେ। ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ସେଠାରୁ ସେ ବ୍ରହ୍ମପୁରରେ ଆସି ବିଜେପି କର୍ମୀ ସମ୍ମିଳନୀରେ ସାମିଲ ହେବେ। ଏହା ପରେ ଅପରାହ୍ନ ୪ଟା ୫୦ ମିନିଟରେ ବାରିପଦାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବେ।