କାଲି ମିଳିଥିଲା ଟିକେଟ୍, ନିର୍ବାଚନ ଲଢ଼ିବାକୁ ଆଜି ମନା କଲେ ପଓ୍ବନ ସିଂ
କୋଲକାତା,୩ା୩: ଭୋଜପୁରୀ ଗାୟକ ତଥା ଭାଜପା ପ୍ରାର୍ଥୀ ପଓ୍ବନ ସିଂ ଆସନସୋଲ ଲୋକ ସଭା ଆସନରୁ ନିର୍ବାଚନ ଳଢ଼ିବାକୁ ମନା କରି ଦେଇଛନ୍ତି। ପଓ୍ବନ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ପଓ୍ବନ ସିଂ ଟୁଇଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଶ୍ୱାସ କରି ଆସନସୋଲର ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। କିନ୍ତୁ କୌଣସି କାରଣରୁ ମୁଁ ଆସନସୋଲରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି […] The post କାଲି ମିଳିଥିଲା ଟିକେଟ୍, ନିର୍ବାଚନ ଲଢ଼ିବାକୁ ଆଜି ମନା କଲେ ପଓ୍ବନ ସିଂ appeared first on Dharitri Odia News.
କୋଲକାତା,୩ା୩: ଭୋଜପୁରୀ ଗାୟକ ତଥା ଭାଜପା ପ୍ରାର୍ଥୀ ପଓ୍ବନ ସିଂ ଆସନସୋଲ ଲୋକ ସଭା ଆସନରୁ ନିର୍ବାଚନ ଳଢ଼ିବାକୁ ମନା କରି ଦେଇଛନ୍ତି। ପଓ୍ବନ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ପଓ୍ବନ ସିଂ ଟୁଇଟ କରି କହିଛନ୍ତି, ‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଶ୍ୱାସ କରି ଆସନସୋଲର ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। କିନ୍ତୁ କୌଣସି କାରଣରୁ ମୁଁ ଆସନସୋଲରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ।
ସୂଚନାଯୋଗ୍ୟ, ଶନିବାର ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ପଓ୍ବନ୍ଙ୍କ ନାମ ରହିଥିଲା। ପଓ୍ବନଙ୍କ ବ୍ୟତୀତ ଭୋଜପୁରୀ ଇଣ୍ଡଷ୍ଟ୍ରିରୁ ଦିନେଶ ଲାଲ ଯାଦବ, ରବି କିଶନ ଏବଂ ମନୋଜ ତିଓ୍ବାରୀଙ୍କ ନାମ ମଧ୍ୟ ଭାଜପାର ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।
The post କାଲି ମିଳିଥିଲା ଟିକେଟ୍, ନିର୍ବାଚନ ଲଢ଼ିବାକୁ ଆଜି ମନା କଲେ ପଓ୍ବନ ସିଂ appeared first on Dharitri Odia News.