କାଲିଠାରୁ କଳା ବ୍ୟାଜ୍‌ ପରିଧାନ ସହ ୨୭ରୁ କାର୍ଯ୍ୟ ବନ୍ଦ ଡାକରା ଦେଲେ ଆୟୁଷ ଡାକ୍ତର

ନିରାକାରପୁର,       ୧୯।୩ (ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତମାସ ଗତ ୧୦ତାରିଖରୁ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ  ସେମାନଙ୍କ ନ୍ୟାର୍ଯ୍ୟଦାବି ନିମନ୍ତେ ବିଧାନସଭା ସମ୍ମୁଖରେ ଧାରଣାରେ  ବସିଛନ୍ତି । ଅନୁରୂପଭାବେ ଜିଲାର ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସେମାନଙ୍କର ନ୍ୟାର୍ଯ୍ୟଦାବି ନେଇ ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏଶନର ଡାକରାରେ ଆସନ୍ତା ୨୦ରିଖରୁ ୨୬ରିଖ ପ୍ରତିବାଦ ସ୍ୱରୂପ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେବେ।ସେମାନଙ୍କର ଦାବି ସରକାର ନଶୁଣିଲେ ଆସନ୍ତା […] The post କାଲିଠାରୁ କଳା ବ୍ୟାଜ୍‌ ପରିଧାନ ସହ ୨୭ରୁ କାର୍ଯ୍ୟ ବନ୍ଦ ଡାକରା ଦେଲେ ଆୟୁଷ ଡାକ୍ତର appeared first on Dharitri Odia News.

କାଲିଠାରୁ କଳା ବ୍ୟାଜ୍‌  ପରିଧାନ ସହ ୨୭ରୁ କାର୍ଯ୍ୟ ବନ୍ଦ ଡାକରା ଦେଲେ ଆୟୁଷ ଡାକ୍ତର

ନିରାକାରପୁର,       ୧୯।୩ (ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତମାସ ଗତ ୧୦ତାରିଖରୁ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ  ସେମାନଙ୍କ ନ୍ୟାର୍ଯ୍ୟଦାବି ନିମନ୍ତେ ବିଧାନସଭା ସମ୍ମୁଖରେ ଧାରଣାରେ  ବସିଛନ୍ତି । ଅନୁରୂପଭାବେ ଜିଲାର ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସେମାନଙ୍କର ନ୍ୟାର୍ଯ୍ୟଦାବି ନେଇ ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏଶନର ଡାକରାରେ ଆସନ୍ତା ୨୦ରିଖରୁ ୨୬ରିଖ ପ୍ରତିବାଦ ସ୍ୱରୂପ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେବେ।ସେମାନଙ୍କର ଦାବି ସରକାର ନଶୁଣିଲେ ଆସନ୍ତା ୨୭ରିଖରୁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ସଂଘର ସହ ସମ୍ପାଦକ ତଥା ରାମେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ମନୋରଞ୍ଜନ ସାହୁ ଜଣାଇଛନ୍ତି। ଏଥିପାଇଁ ସଙ୍ଘର ଡାକରାରେ  ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ରାଜ୍ୟଶ୍ରୀ ପଟ୍ଟନାୟକଙ୍କୁ ସରକାରଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଥିବା ସେ କହିଛନ୍ତି।

ଆୟୁଷ ଡାକ୍ତର ସାହୁ  ତାଙ୍କ ସଙ୍ଘର ଦାବିପତ୍ରରେ ଜଣାଇଛନ୍ତି ଯେ, ସେମାନଙ୍କ ଚାକିରୀ ରେଗୁଲାର କରାଯାଉ। ଚାକିରୀର ସ୍ଥାୟୀତ୍ବ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଚାକିରୀ କରୁଥିବା ଆୟୁଷ ଡାକ୍ତର ମାନଙ୍କ ଦରମା ସହିତ ସମାନ କରାଯାଉ। ଆୟୁଷ ଓପିଡିକୁ ନିୟମିତ ଔଷଧ ଯୋଗାଣ କରାଯାଉ। ସେମାନଙ୍କ ପାଇଁ ସହାୟକ ନିୟୋଜିତ କରାଯାଉ ଆଦି ୬ଦଫା ଦାବି ରହିଥିବା ସେ ଜଣାଇଛନ୍ତି । ଏହା କରା ନ ଗଲେ ୬ ଦିନ ଯାଏ କଳା ବ୍ୟାଚ ପରିଧାନ କରିବୁ। ପରେ ୨୭ତାରିଖରୁ ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ତାଙ୍କର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

The post କାଲିଠାରୁ କଳା ବ୍ୟାଜ୍‌ ପରିଧାନ ସହ ୨୭ରୁ କାର୍ଯ୍ୟ ବନ୍ଦ ଡାକରା ଦେଲେ ଆୟୁଷ ଡାକ୍ତର appeared first on Dharitri Odia News.