କାଲିଠୁ ଶୀତ ଅଧିବେଶନ: ୩ ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ। ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ। ବିଧାନସଭା ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୁଲିସ ଛାଉଣୀ ହେବ। ଏଥିପାଇଁ […]

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ।
ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପିଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ। ବିଧାନସଭା ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୁଲିସ ଛାଉଣୀ ହେବ। ଏଥିପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ।