କାଳ ବୈଶାଖୀ ତାଣ୍ଡବ: ଉଡିଗଲା ଛପର: ଗଛ ଡ଼ାଳ ପଡ଼ି ଜଣେ ଗୁରୁତର ନଷ୍ଟ ହେଲା…
ପାଟଣା,୨୨।୩(ବୀର କିଶୋର ଦାଶ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବ୍ଲକର ଡେଣୁଆ ଓ କୋଡଖମଣ ଗ୍ରାମରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଭାଙ୍ଗି ଯାଇଛି। ଘର ଛପର ଭାଙ୍ଗିବା ସହ ପବନରେ ୧୨ରୁ ଊର୍ଦ୍ଧ୍ୱଘର ଛପର ଉଡ଼ି ଯାଇଛି। ଏଥିସହ କୋଡଖମଣ ଗ୍ରାମରେ ବ୍ୟାପକ ତରଭୁଜ, ବିଲାତି, ଭେଣ୍ଡି,ଓ ସୂର୍ଯ୍ୟ ମୁଖୀ ଫସଲ ନଷ୍ଟ ହୋଇଛି। ଅନ୍ୟପକ୍ଷେ, କୋଡଖମଣ ଗ୍ରାମରେ […] The post କାଳ ବୈଶାଖୀ ତାଣ୍ଡବ: ଉଡିଗଲା ଛପର: ଗଛ ଡ଼ାଳ ପଡ଼ି ଜଣେ ଗୁରୁତର ନଷ୍ଟ ହେଲା… appeared first on Dharitri Odia News.
ପାଟଣା,୨୨।୩(ବୀର କିଶୋର ଦାଶ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବ୍ଲକର ଡେଣୁଆ ଓ କୋଡଖମଣ ଗ୍ରାମରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଭାଙ୍ଗି ଯାଇଛି। ଘର ଛପର ଭାଙ୍ଗିବା ସହ ପବନରେ ୧୨ରୁ ଊର୍ଦ୍ଧ୍ୱଘର ଛପର ଉଡ଼ି ଯାଇଛି। ଏଥିସହ କୋଡଖମଣ ଗ୍ରାମରେ ବ୍ୟାପକ ତରଭୁଜ, ବିଲାତି, ଭେଣ୍ଡି,ଓ ସୂର୍ଯ୍ୟ ମୁଖୀ ଫସଲ ନଷ୍ଟ ହୋଇଛି।
ଅନ୍ୟପକ୍ଷେ, କୋଡଖମଣ ଗ୍ରାମରେ ଜଣେ ବୃଦ୍ଧ ହାଟରୁ ଫେରୁଥିବା ବେଳେ ତାଙ୍କ ଉପରେ ଗଛ ଡାଳ ପଡି ଚାପି ହୋଇ ପଡ଼ିବାରୁ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଉଛନ୍ତି କୂଳମଣି ମହାନ୍ତ। ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏଥିସହ କୋଡଖମଣ ଗ୍ରାମର ବ୍ୟାପକ ତରଭୁଜ, ବିଲାତି, ଭେଣ୍ଡି,ଓ ସୂର୍ଯ୍ୟମୁଖୀ ଫସଲ ନଷ୍ଟ ହୋଇଛି। ଡେଣୁଆର ଲକ୍ଷ୍ମୀଧର ସାହୁଙ୍କ ଘର ଉପରେ ଏକ ଚାକୁଣ୍ଡା ଗଛ ଖସି ପଡ଼ିବାରୁ ଘର ଭାଙ୍ଗିଯାଇଛି । କୋଡ ଖମଣ ଗ୍ରାମର କୃଷ୍ଣ ଚନ୍ଦ୍ର ମହାନ୍ତ, ଦିବାକର ମହାନ୍ତ, ମଧୁ ସୁଦନ ମହାନ୍ତ , ଘନ ଶ୍ୟାମ ମହାନ୍ତ, ଅଲେଖ ମହାନ୍ତ, ଘାସିଆ ନାଏକଓ ବୋଇତ ପାତ୍ରଙ୍କ ଟାଇଲ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ଆସିଲା ବଡ଼ ରାୟ
The post କାଳ ବୈଶାଖୀ ତାଣ୍ଡବ: ଉଡିଗଲା ଛପର: ଗଛ ଡ଼ାଳ ପଡ଼ି ଜଣେ ଗୁରୁତର ନଷ୍ଟ ହେଲା… appeared first on Dharitri Odia News.