ଦ. କୋରିଆ ଫାଷ୍ଟ ଲେଡିଙ୍କ ପାଇଁ ବଢ଼ିଲା ଅଡୁଆ, ମହଙ୍ଗା ପଡ଼ିପାରେ 'ଡାୟର ହ୍ୟାଣ୍ଡ୍‌ବ୍ୟାଗ୍‌'

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ଗାଦି ଏବେ ବିପଦରେ। ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି କିମ କିଓନ ହେଙ୍କ କାରଣରୁ ତାଙ୍କ ଉପରେ ବିବାଦ ଘନେଇବାରେ ଲାଗିଛି। ଏପ୍ରିଲରେ ହେବାକୁ ଥିବା ନିର୍ବାଚନରେ ୟୁନ୍ ଏବଂ ତାଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିପାରେ ଏବଂ ଏହାର କାରଣ ବିଳାସପୂର୍ଣ୍ଣ ବ୍ରାଣ୍ଡ ଖ୍ରୀଷ୍ଟିଆନ ଡିଆରଙ୍କ ବ୍ୟାଗ ହେବ। ଏହି ବ୍ୟାଗକୁ ନେଇ ଗତ ଦୁଇ ମାସ ଧରି ଦକ୍ଷିଣ କୋରିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ବିମାନ ଯାଉଥିବା ବେଳେ ସିସିଟିଭି କ୍ୟାମେରା ଫୁଟେଜରେ କିମ ଡାୟର ହ୍ୟାଣ୍ଡବ୍ୟାଗ ନେଇଥିବାର ନଜର ଆସିଥିଲେ। ଏହି ବ୍ୟାଗର ମୂଲ୍ୟ ଅର୍ଥାତ୍ ୨୨୦୦ ଡଲାର  କିମ୍ବା ୧,୮୪,୮୦୦ ଟଙ୍କା ବୋଲି ଅଭିଯୋଗ କରାଯାଇଛି। ତେବେ ଏହାର ତଦନ୍ତ ପାଇଁ ଦାବି କରିଥିଲେ ବିରୋଧୀ। ଏହାକୁ ନିୟମର ଉଲ୍ଲଂଘନ ବୋଲି କହିଥିଲେ। ଶନିବାର କିମ୍‌ଙ୍କୁ ଆବେଦନକାରୀ ପକ୍ଷ ଫେସ୍‌ ଟୁ ଫେସ୍‌ ପ୍ରଶ୍ନ ପଚାରିଥିଲେ। ଦକ୍ଷିଣ କୋରିଆ ନିୟମ ଅନୁସାରେ ସରକାରୀ ଅଧିକାରୀ ଏବଂ ତାଙ୍କ ପତ୍ନୀ ଯଦି ୬୩ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ଉପହାର ଗ୍ରହଣ କରନ୍ତି, ତେବେ ଏହା ନିୟମର ଉଲ୍ଲଂଘନ ଅଟେ। କିନ୍ତୁ ଫାଷ୍ଟ ଲେଡିଙ୍କ ହାତରେ ଥିବା ବ୍ୟାଗର ମୂଲ୍ୟ ୧,୮୪,୮୦୦ ଟଙ୍କା ବୋଲି ଅଭିଯୋଗ କରାଯାଇଛି।କିମଙ୍କ ସହଯୋଗୀ ତଦନ୍ତକାରୀଙ୍କୁ କହିଥିଲେ ଯେ ଫାଷ୍ଟ ଲେଡି ତାଙ୍କୁ ସେହି ଦିନ ବ୍ୟାଗ ଫେରାଇବାକୁ କହିଥିଲେ, କିନ୍ତୁ ସ

ଦ. କୋରିଆ ଫାଷ୍ଟ ଲେଡିଙ୍କ ପାଇଁ ବଢ଼ିଲା ଅଡୁଆ, ମହଙ୍ଗା ପଡ଼ିପାରେ 'ଡାୟର ହ୍ୟାଣ୍ଡ୍‌ବ୍ୟାଗ୍‌'

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ଗାଦି ଏବେ ବିପଦରେ। ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି କିମ କିଓନ ହେଙ୍କ କାରଣରୁ ତାଙ୍କ ଉପରେ ବିବାଦ ଘନେଇବାରେ ଲାଗିଛି। ଏପ୍ରିଲରେ ହେବାକୁ ଥିବା ନିର୍ବାଚନରେ ୟୁନ୍ ଏବଂ ତାଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିପାରେ ଏବଂ ଏହାର କାରଣ ବିଳାସପୂର୍ଣ୍ଣ ବ୍ରାଣ୍ଡ ଖ୍ରୀଷ୍ଟିଆନ ଡିଆରଙ୍କ ବ୍ୟାଗ ହେବ। ଏହି ବ୍ୟାଗକୁ ନେଇ ଗତ ଦୁଇ ମାସ ଧରି ଦକ୍ଷିଣ କୋରିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ବିମାନ ଯାଉଥିବା ବେଳେ ସିସିଟିଭି କ୍ୟାମେରା ଫୁଟେଜରେ କିମ ଡାୟର ହ୍ୟାଣ୍ଡବ୍ୟାଗ ନେଇଥିବାର ନଜର ଆସିଥିଲେ। ଏହି ବ୍ୟାଗର ମୂଲ୍ୟ ଅର୍ଥାତ୍ ୨୨୦୦ ଡଲାର  କିମ୍ବା ୧,୮୪,୮୦୦ ଟଙ୍କା ବୋଲି ଅଭିଯୋଗ କରାଯାଇଛି। ତେବେ ଏହାର ତଦନ୍ତ ପାଇଁ ଦାବି କରିଥିଲେ ବିରୋଧୀ। ଏହାକୁ ନିୟମର ଉଲ୍ଲଂଘନ ବୋଲି କହିଥିଲେ। ଶନିବାର କିମ୍‌ଙ୍କୁ ଆବେଦନକାରୀ ପକ୍ଷ ଫେସ୍‌ ଟୁ ଫେସ୍‌ ପ୍ରଶ୍ନ ପଚାରିଥିଲେ। 

ଦକ୍ଷିଣ କୋରିଆ ନିୟମ ଅନୁସାରେ ସରକାରୀ ଅଧିକାରୀ ଏବଂ ତାଙ୍କ ପତ୍ନୀ ଯଦି ୬୩ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ଉପହାର ଗ୍ରହଣ କରନ୍ତି, ତେବେ ଏହା ନିୟମର ଉଲ୍ଲଂଘନ ଅଟେ। କିନ୍ତୁ ଫାଷ୍ଟ ଲେଡିଙ୍କ ହାତରେ ଥିବା ବ୍ୟାଗର ମୂଲ୍ୟ ୧,୮୪,୮୦୦ ଟଙ୍କା ବୋଲି ଅଭିଯୋଗ କରାଯାଇଛି।

କିମଙ୍କ ସହଯୋଗୀ ତଦନ୍ତକାରୀଙ୍କୁ କହିଥିଲେ ଯେ ଫାଷ୍ଟ ଲେଡି ତାଙ୍କୁ ସେହି ଦିନ ବ୍ୟାଗ ଫେରାଇବାକୁ କହିଥିଲେ, କିନ୍ତୁ ସେ ଏହାକୁ ଭୁଲି ଯାଇଥିଲେ ବୋଲି ୟୁନହାପ ନ୍ୟୁଜ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି।

ଦକ୍ଷିଣ କୋରିଆ ଗଣମାଧ୍ୟମ ସମଗ୍ର ବିବାଦକୁ ଡାୟର ବ୍ୟାଗ ସ୍କାଣ୍ଡାଲ ବୋଲି ନାମିତ କରିଥିଲା। ୟୁନଙ୍କ ପିପୁଲ୍ସ ପାୱାର ପାର୍ଟି (ପିପିପି) ଏହି ଘଟଣା ପାଇଁ ରାଷ୍ଟ୍ରପତି ଏବଂ ଫାଷ୍ଟ ଲେଡି କ୍ଷମା ମାଗିବାକୁ ଦାବି ହୋଇଥିଲା। ବିବାଦର ଅନ୍ତ ଘଟାଇବା ପାଇଁ ଫାଷ୍ଟ ଲେଡି ଦୋଷକୁ ସ୍ୱୀକାର କରିବା ସହ ବ୍ୟାଗ ନେବା ଠିକ୍ ନୁହେଁ ବୋଲି କହିଥିଲେ।