ମୋବାଇଲ ନେଟୱାର୍କ ଫେଲ୍‌: ହନ୍ତସନ୍ତ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଗତ ୨୦ ଘଣ୍ଟା ହେଲା ଉଭୟ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନ ଜିଓ ୪ଜି ଫେଲ ହୋଇଛି। ଏତେ ସମୟ ବିତିଯାଇଥିଲେ ସୁଦ୍ଧା ଏହି ସେବାରୁ ହଜାର ହଜାର ଉପଭୋକ୍ତା ହଇରାଣ ଭୋଗିଛନ୍ତି। ଜରୁରୀକାଳିନ ସେବା ତଥା ଆମ୍ବୁଲାନ୍ସକୁ ଯୋଗାଯୋଗ, କ୍ଷୁଦ୍ର ଗ୍ରାମୀଣ ବ୍ୟାଙ୍କ ସେବା ସମେତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ବହୁତ ସମସ୍ୟା ଦେଖାଯାଇଛି। ପ୍ରକାଶ ଯେ, ଉକ୍ତ […] The post ମୋବାଇଲ ନେଟୱାର୍କ ଫେଲ୍‌: ହନ୍ତସନ୍ତ ଅଞ୍ଚଳବାସୀ appeared first on Dharitri Odia News.

ମୋବାଇଲ ନେଟୱାର୍କ ଫେଲ୍‌: ହନ୍ତସନ୍ତ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଗତ ୨୦ ଘଣ୍ଟା ହେଲା ଉଭୟ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନ ଜିଓ ୪ଜି ଫେଲ ହୋଇଛି। ଏତେ ସମୟ ବିତିଯାଇଥିଲେ ସୁଦ୍ଧା ଏହି ସେବାରୁ ହଜାର ହଜାର ଉପଭୋକ୍ତା ହଇରାଣ ଭୋଗିଛନ୍ତି। ଜରୁରୀକାଳିନ ସେବା ତଥା ଆମ୍ବୁଲାନ୍ସକୁ ଯୋଗାଯୋଗ, କ୍ଷୁଦ୍ର ଗ୍ରାମୀଣ ବ୍ୟାଙ୍କ ସେବା ସମେତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ବହୁତ ସମସ୍ୟା ଦେଖାଯାଇଛି।

ପ୍ରକାଶ ଯେ, ଉକ୍ତ ୨ ମୋବାଇଲ ନେଟୱାର୍କ ଗୋଟିଏ ଟାୱାରରେ ସଂଯୋଗ ରହିଛି ଫଳରେ ଏଭଳି ବାରମ୍ବାର ସମସ୍ୟା ଉପୁଜୁଥିଲେ ସୁଦ୍ଧା କୌଣସି ଅଧିକାରୀ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେଇ ନ ଥିବା ଜଣାପଡିଛି। ଏନେଇ ବିଏସଏନଏଲର ଏସଡ଼ିଓ ସୁରେଶ ଚନ୍ଦ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ମୋବାଇଲ ନେଟୱାର୍କ ସେବା ବନ୍ଦ ଥିବା ଘଟଣା ଜାଣିଛି,ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

The post ମୋବାଇଲ ନେଟୱାର୍କ ଫେଲ୍‌: ହନ୍ତସନ୍ତ ଅଞ୍ଚଳବାସୀ appeared first on Dharitri Odia News.