ବିଲକୁ ଯାଇଥିଲେ, ବିଦ୍ୟୁତ୍ ଝଟ୍‌କାରେ ଚାଲିଗଲା ଜୀବନ

ଭଦ୍ରକ ୧୯।୧୧ : ବିଲକୁ ଯାଇଥିଲେ । ଲାଗିଲା ବିଦ୍ୟୁତ ଝଟ୍‌କା । ଗାଈ ଗୋରୁଙ୍କ ଠାରୁ ଫସଲକୁ ରକ୍ଷା କରିବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ ଝଟ୍‌କା । ଏହି ଝଟ୍‌କାରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି । ମୃତ ଚାଷୀଙ୍କ ନାମ ବୁଦ୍ଧିରାମ ବେହେରା ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ଧୁସୁରୀ ଥାନା କୁରୁଆ ଗାଁରେ ଘଟିଛି ଏପରି ଘଟଣା ।  ଖବର ଅନୁଯାୟୀ, ବୁଦ୍ଧିରାମ୍ ବିଲକୁ ଧାନ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ ପାଖ ବିଲ ମାଲିକ ନିଜ ବିଲକୁ ଗାଈ ଗୋରୁଙ୍କ କବଳରୁ ରକ୍ଷା କରିବାକୁ ତାର ବିଛାଇଥିଲେ। ଏହି ସମୟରେ  ଭୁଲବଶତଃ ବୁଦ୍ଧୀରାମ ଏହି ତାର ସଂସ୍ପର୍ଶରେ ଆସିଥିଲେ। ଯାହାପରେ ସେ ଗୁରୁତର ହୋଇ ବିଲରେ ପଡିଯାଇଥିଲେ। ବହୁ ସମୟ ଧରି ଘରକୁ ନଫେରିବା ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ଆଉ ବିଲରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖିଛି । 

ବିଲକୁ ଯାଇଥିଲେ, ବିଦ୍ୟୁତ୍ ଝଟ୍‌କାରେ ଚାଲିଗଲା ଜୀବନ

ଭଦ୍ରକ ୧୯।୧୧ : ବିଲକୁ ଯାଇଥିଲେ । ଲାଗିଲା ବିଦ୍ୟୁତ ଝଟ୍‌କା । ଗାଈ ଗୋରୁଙ୍କ ଠାରୁ ଫସଲକୁ ରକ୍ଷା କରିବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ ଝଟ୍‌କା । ଏହି ଝଟ୍‌କାରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି । ମୃତ ଚାଷୀଙ୍କ ନାମ ବୁଦ୍ଧିରାମ ବେହେରା ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ଧୁସୁରୀ ଥାନା କୁରୁଆ ଗାଁରେ ଘଟିଛି ଏପରି ଘଟଣା ।  

ଖବର ଅନୁଯାୟୀ, ବୁଦ୍ଧିରାମ୍ ବିଲକୁ ଧାନ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ ପାଖ ବିଲ ମାଲିକ ନିଜ ବିଲକୁ ଗାଈ ଗୋରୁଙ୍କ କବଳରୁ ରକ୍ଷା କରିବାକୁ ତାର ବିଛାଇଥିଲେ। ଏହି ସମୟରେ  ଭୁଲବଶତଃ ବୁଦ୍ଧୀରାମ ଏହି ତାର ସଂସ୍ପର୍ଶରେ ଆସିଥିଲେ। ଯାହାପରେ ସେ ଗୁରୁତର ହୋଇ ବିଲରେ ପଡିଯାଇଥିଲେ। ବହୁ ସମୟ ଧରି ଘରକୁ ନଫେରିବା ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ଆଉ ବିଲରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖିଛି ।