କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ୧୬ରୁ ଅଧିକ ଗାଁ

ଫୁଲବାଣୀ: ଗତ ଶନିବାର ଦିନ ବେଳା କାଳବୈଶାଖୀରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡ଼ି ହେବାରୁ ଡିଣ୍ଡିରା ଗାଁ ପଞ୍ଚାୟତର ପ୍ରାୟ ୧୬ରୁ ଅଧିକ ଗାଁର ୭୦୦ରୁ ଅଧିକ ଲୋକେ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି। ତେବେ କାଳ ବୈଶାଖୀର ୩ ଦିନ ବିତିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇନଥିବା ବେଳେ ଗାଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ପଡ଼ି ରହିଛି ଯାହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ସାହି ଗାଁ ରାସ୍ତାରେ […]

କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ୧୬ରୁ ଅଧିକ ଗାଁ

ଫୁଲବାଣୀ: ଗତ ଶନିବାର ଦିନ ବେଳା କାଳବୈଶାଖୀରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଘଡ଼ଘଡ଼ି ହେବାରୁ ଡିଣ୍ଡିରା ଗାଁ ପଞ୍ଚାୟତର ପ୍ରାୟ ୧୬ରୁ ଅଧିକ ଗାଁର ୭୦୦ରୁ ଅଧିକ ଲୋକେ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି। ତେବେ କାଳ ବୈଶାଖୀର ୩ ଦିନ ବିତିଥିଲେ ମଧ୍ୟ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇନଥିବା ବେଳେ ଗାଁ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ପଡ଼ି ରହିଛି ଯାହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ସାହି ଗାଁ ରାସ୍ତାରେ ଏବଂ ଜଙ୍ଗଲରେ ବିଦ୍ୟୁତ ଖୁଣ୍ଟ ଯାଇଥିବା ସ୍ଥାନ ମାନଙ୍କରେ ବିଦ୍ୟୁତ ତାର ଝୁଲି ଥିବାରୁ ଲୋକେ ଭୟଭୀତ ହୋଇ ରହିଥିବା କହିଛନ୍ତି ଗ୍ରାମବାସୀ।