କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର

ଆଗରପଡ଼ା,୨୩ା୩(ସୁଶାନ୍ତ ଦାଶ): ଭଦ୍ରକ ଜିଲା ବନ୍ତ ତହସିଲ ଅନର୍ଗତ ଗୋପୀନାଥପୁର ପଞ୍ଚାୟତର ସାହୁପଡ଼ା ୪ନଂ. ୱାର୍ଡରେ କାଳବୈଶାଖୀ ଯୋଗୁ ବଜ୍ରପାତରେ ୨ ବଖରା ଘର ଜଳିଯାଇଛି। ଶୁକ୍ରବାର ରାତି ୮ଟାରେ ବଜ୍ରପାତ ଘଟି ଗ୍ରାମର ଭାଗବତ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ ପାଳିଥିବା ଗାଈ, ଛେଳି, କୁକୁଡ଼ା ଜଳି ଯାଇଥିବା ବେଳେ ଆସବାବପତ୍ର, ଟଙ୍କା, ଗହଣା ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଆଗରପଡ଼ା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବନ୍ତ […] The post କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର appeared first on Dharitri Odia News.

କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର

ଆଗରପଡ଼ା,୨୩ା୩(ସୁଶାନ୍ତ ଦାଶ): ଭଦ୍ରକ ଜିଲା ବନ୍ତ ତହସିଲ ଅନର୍ଗତ ଗୋପୀନାଥପୁର ପଞ୍ଚାୟତର ସାହୁପଡ଼ା ୪ନଂ. ୱାର୍ଡରେ କାଳବୈଶାଖୀ ଯୋଗୁ ବଜ୍ରପାତରେ ୨ ବଖରା ଘର ଜଳିଯାଇଛି। ଶୁକ୍ରବାର ରାତି ୮ଟାରେ ବଜ୍ରପାତ ଘଟି ଗ୍ରାମର ଭାଗବତ ଦାସଙ୍କ ଘରେ ନିଆଁ ଲାଗିଯାଇଥିଲା। ଘରେ ପାଳିଥିବା ଗାଈ, ଛେଳି, କୁକୁଡ଼ା ଜଳି ଯାଇଥିବା ବେଳେ ଆସବାବପତ୍ର, ଟଙ୍କା, ଗହଣା ଆଦି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଆଗରପଡ଼ା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି।

The post କାଳ ସାଜିଲା କାଳବୈଶାଖୀ: ଆକାଶରୁ ଖସିଲା ନିଆଁ, ନିମିଷକରେ ଜଳିଗଲା ଘର appeared first on Dharitri Odia News.