କାଳ ସାଜୁଛି ମୁକୁଳା ଡ୍ରେନ୍, ଚେତୁନି ପ୍ରଶାସନ
ଭୁବନେଶ୍ୱର,୧୯।୬ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍। ସହରର ବିପର୍ଯ୍ୟସ୍ତ ଡ୍ରେନ୍ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ବିଏମ୍ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି। ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି […] The post କାଳ ସାଜୁଛି ମୁକୁଳା ଡ୍ରେନ୍, ଚେତୁନି ପ୍ରଶାସନ appeared first on Dharitri Odia News.
ଭୁବନେଶ୍ୱର,୧୯।୬ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍। ସହରର ବିପର୍ଯ୍ୟସ୍ତ ଡ୍ରେନ୍ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ବିଏମ୍ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି। ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର୍ଯ୍ୟନ୍ତ ବିଏମ୍ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅପରପକ୍ଷେ ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍ସି ଏହାକୁ ପାଳନ କରୁନାହିଁ। ସେହିପରି ମୁକୁଳା ଡ୍ରେନ୍ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି।
ସହରରେ ୭୭କି.ମି.ର ୧୦ଟି ମୁଖ୍ୟ ଡ୍ରେନ୍ ରହିଥିବାବେଳେ ୯୨୪.୨୭କି.ମି ଆଭ୍ୟନ୍ତରୀଣ ବା ଶାଖା ଡ୍ରେନ୍ ରହିଛି। ପ୍ରତିବର୍ଷ ନୂଆ ଡ୍ରେନ ନିର୍ମାଣ, ପୁନରୁଦ୍ଧାର ଓ ମରାମତି ବାବଦକୁ ବିଏମ୍ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏକାଧିକ ଏଜେନ୍ସି ଲଗାଇ କାମ କରାଉଛି। ଖରା କିମ୍ବା ଶୀତ ଦିନେ ଡ୍ରେନ୍ କାମ ନ ହୋଇ ବର୍ଷା ଆରମ୍ଭରୁ କାମ କରାଯାଉଛି। ଫଳରେ ଅଧିକାଂଶ ଅଞ୍ଚଳରେ ଅଧାପନ୍ତରିଆ ସଫେଇ କାମ ସହ ଡ୍ରେନ୍ ମୁକୁଳା ପକାଇ ଠିକାଦାର ଚାଲିଯାଉଛନ୍ତି। ଏପରି କି ନିର୍ମାଣ ସାମଗ୍ରୀ ଏବଂ ସଫେଇରୁ ବାହାରୁଥିବା ବର୍ଜ୍ୟ ଠିକ୍ ଭାବେ ଉଠାଯାଉ ନ ଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ବାଟ ବନ୍ଦ ହେଉଛି। ଅସରାଏ ବର୍ଷା ହେଲେ ଡ୍ରେନ୍, ରାସ୍ତା ସବୁ ଏକାକାର ହୋଇ ବାରମ୍ବାର ଦୁର୍ଘଟଣା ପଡୁଛି।
The post କାଳ ସାଜୁଛି ମୁକୁଳା ଡ୍ରେନ୍, ଚେତୁନି ପ୍ରଶାସନ appeared first on Dharitri Odia News.