କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୨।୪: ରାଜ୍ୟକୁ ପୁଣି ଫେରିବ ହିଟ ୱେଭ। ବଢିବ ଖରାତାତି ଓ ଗୁଳୁଗୁଳି। ଅସହ୍ୟ ହେବ ଦିନ ସାଙ୍ଗକୁ ରାତିର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଓ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନା ଅନୁଯାୟୀ, ୬ ରୁ ୮ ଡିଗ୍ରୀ ବଢିବ ଦିନର ତାପମାତ୍ରା । ଆସନ୍ତା ୧୫ […] The post କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା appeared first on Dharitri Odia News.

କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୨।୪: ରାଜ୍ୟକୁ ପୁଣି ଫେରିବ ହିଟ ୱେଭ। ବଢିବ ଖରାତାତି ଓ ଗୁଳୁଗୁଳି। ଅସହ୍ୟ ହେବ ଦିନ ସାଙ୍ଗକୁ ରାତିର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଓ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ସୂଚନା ଅନୁଯାୟୀ, ୬ ରୁ ୮ ଡିଗ୍ରୀ ବଢିବ ଦିନର ତାପମାତ୍ରା । ଆସନ୍ତା ୧୫ ତାରିଖରୁ ହେବ ଅଗ୍ନିବର୍ଷା ସ୍ଥିତି । ୪୦ ଡିଗ୍ରୀ ପାର କରିବ ପାରଦ। ସେହିପରି ଆଗାମୀ ୧୭ରୁ ୨୦ ତାରିଖ ଯାଏ ସାଙ୍ଘାତିକ ସ୍ଥିତି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରି ଯାଏଁ ତାପମାତ୍ରା ବଢିବ। ୪୫ ଡିଗ୍ରି ଛୁଇଁବ ତାପମାତ୍ରା। ଏପ୍ରିଲ ୧୪ରେ ୧୦ ଜିଲାରେ ତାପମାତ୍ରା ଅଧିକ ରହିବ । ୧୦ ଜିଲା ହେଉଛି କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ମାଲକାନଗିରି, ସୁନ୍ଦରଗଡ, ସମ୍ବଲପୁର ଓ ଅନୁଗୁଳ । ୧୫ ତାରିଖରେ ଁ ମାଲକାନଗିରି, କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲାରେ ପ୍ରବଳ ଖରା ଗରମ ଅନୁଭୂତ ହେବା ସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ପାଇବ ।

The post କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା appeared first on Dharitri Odia News.