କାଶ୍ମୀରରେ ମୁଁ ହୃଦୟ ଜିତିବାକୁ ଆସିଛି: ପ୍ରଧାନମନ୍ତ୍ରୀ ମୋଦୀ
ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ୬,୪୦୦ କୋଟିର ନାନା ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।ଶ୍ରୀନଗର ବକ୍ସି ଷ୍ଟାଡିୟମ୍ରେ ‘ବିକଶିତ ଭାରତ ବିକଶିତ ଜାମ୍ମୁ-କାଶ୍ମୀର’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀର ଲୋକଙ୍କୁ ସମ୍ବୋଧନ କରିଥିଲେ। ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ହୃଦୟ ଜିତିବାକୁ ଆସିଛି।ପଢ଼ନ୍ତୁ-ପାକିସ୍ତାନରେ ଧୁମ୍ଧାମରେ ପାଳନ ହେବ ମହାଶିବରାତ୍ରୀ, ଭାରତରୁ ଲାହୋର ଗଲେ ୬୨ ହିନ୍ଦୁ ତୀର୍ଥଯାତ୍ରୀମୋଦୀ ଆହୁରି କହିଛନ୍ତି ଯେ ଆଜି ଲୋକାର୍ପଣ ହୋଇଥିବା ବିକଶିତ ପ୍ରକଳ୍ପ ଜାମ୍ମୁ-କାଶ୍ମୀରରେ ଆର୍ଥିକ ବିକାଶ କରିବ। ବିକଶିତ ଭାରତର ପ୍ରଥମ ଗୁରୁତ୍ୱ ଜାମ୍ମୁ-କାଶ୍ମୀରର ବିକାଶ କରିବା ବୋଲି ମୋଦୀ କହିଛନ୍ତି। ଧାରା ୩୭୦ ପାଇଁ ଦିନ ଥିଲା ଜାମ୍ମୁ-କାଶ୍ମୀରର ଲୋକେ ସୁବିଧା ପାଉ ନଥିଲେ। ହେଲେ ଏବେ ତାହା ନାହିଁ। ସମସ୍ତଙ୍କୁ ସମାନ ସୁଯୋଗ ମିଳୁଛି। ଧାରା ୩୭୦ ଲଗାଇ କଂଗ୍ରେସ କେବଳ ଜାମ୍ମୁ-କାଶ୍ମୀର ନୁହେଁ ସାରା ଭାରତକୁ ଭୂଆଁ ବୁଲାଇଛି ବୋଲି ମୋଦୀ କହିଛନ୍ତି।
ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ୬,୪୦୦ କୋଟିର ନାନା ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।
ଶ୍ରୀନଗର ବକ୍ସି ଷ୍ଟାଡିୟମ୍ରେ ‘ବିକଶିତ ଭାରତ ବିକଶିତ ଜାମ୍ମୁ-କାଶ୍ମୀର’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀର ଲୋକଙ୍କୁ ସମ୍ବୋଧନ କରିଥିଲେ। ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ହୃଦୟ ଜିତିବାକୁ ଆସିଛି।
ପଢ଼ନ୍ତୁ-ପାକିସ୍ତାନରେ ଧୁମ୍ଧାମରେ ପାଳନ ହେବ ମହାଶିବରାତ୍ରୀ, ଭାରତରୁ ଲାହୋର ଗଲେ ୬୨ ହିନ୍ଦୁ ତୀର୍ଥଯାତ୍ରୀ
ମୋଦୀ ଆହୁରି କହିଛନ୍ତି ଯେ ଆଜି ଲୋକାର୍ପଣ ହୋଇଥିବା ବିକଶିତ ପ୍ରକଳ୍ପ ଜାମ୍ମୁ-କାଶ୍ମୀରରେ ଆର୍ଥିକ ବିକାଶ କରିବ। ବିକଶିତ ଭାରତର ପ୍ରଥମ ଗୁରୁତ୍ୱ ଜାମ୍ମୁ-କାଶ୍ମୀରର ବିକାଶ କରିବା ବୋଲି ମୋଦୀ କହିଛନ୍ତି। ଧାରା ୩୭୦ ପାଇଁ ଦିନ ଥିଲା ଜାମ୍ମୁ-କାଶ୍ମୀରର ଲୋକେ ସୁବିଧା ପାଉ ନଥିଲେ। ହେଲେ ଏବେ ତାହା ନାହିଁ। ସମସ୍ତଙ୍କୁ ସମାନ ସୁଯୋଗ ମିଳୁଛି। ଧାରା ୩୭୦ ଲଗାଇ କଂଗ୍ରେସ କେବଳ ଜାମ୍ମୁ-କାଶ୍ମୀର ନୁହେଁ ସାରା ଭାରତକୁ ଭୂଆଁ ବୁଲାଇଛି ବୋଲି ମୋଦୀ କହିଛନ୍ତି।