ହାଟପଡିଆରୁ ମିଳିଲା ଅଜଣା ମୃତଦେହ, ପୋଲିସ ଖୋଜୁଛି ପରିଚୟ

ଘଟଗାଁ ୦୮।୧୦ : ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାଟପଡିଆ ନିକଟରୁ ଠାବ ହୋଇଛି ଅଜଣା ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ରାତିରୁ ଘଟଗାଁ ଥାନା ହାଟପଡିଆରେ ମୃତଦେହ ପଡିରହିଥିଲା ।ମଙ୍ଗଳବାର ମୃତଦେହଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଏବେ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ଏହାସହିତ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।  

ହାଟପଡିଆରୁ ମିଳିଲା ଅଜଣା ମୃତଦେହ, ପୋଲିସ ଖୋଜୁଛି ପରିଚୟ

ଘଟଗାଁ ୦୮।୧୦ : ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାଟପଡିଆ ନିକଟରୁ ଠାବ ହୋଇଛି ଅଜଣା ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସୋମବାର ରାତିରୁ ଘଟଗାଁ ଥାନା ହାଟପଡିଆରେ ମୃତଦେହ ପଡିରହିଥିଲା ।ମଙ୍ଗଳବାର ମୃତଦେହଟି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଏବେ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ଏହାସହିତ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।