କାହା ନାଁରେ ବାଜିବ ମୋହର..କିଏ ଧରିବ ଓଡ଼ିଶା ମଙ୍ଗ..ରେସ୍‌ରେ ଏହି ନେତା..

କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ?

କାହା ନାଁରେ ବାଜିବ ମୋହର..କିଏ ଧରିବ ଓଡ଼ିଶା ମଙ୍ଗ..ରେସ୍‌ରେ ଏହି ନେତା..

ପୂର୍ଣ୍ଣ ବହୁମତ ମିଳିବା ପରେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ କସରତ। କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ? ଜୁନ୍ ୧୦ ପାଇଁ ବିଜେପି ତାର କସରତ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବି ଆରମ୍ଭ ହୋଇଛି ପ୍ରକ୍ରିୟା।

ଅଧିକ ପଢ଼ନ୍ତୁ: ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା

ଆଜି ଦିଲ୍ଲୀରେ ବସିବ ଦଳର ସଂସଦୀୟ ବୋର୍ଡ ବୈଠକ। ଏଥିପାଇଁ ରାଜ୍ୟ ବିଜେପିର କିଛି ନେତା ଦିଲ୍ଲୀରେ ପହଞ୍ଚିଛନ୍ତି। ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଦିଲ୍ଲୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏକାଧିକ ନାଁ ଚର୍ଚ୍ଚାକୁ ଆସିଛି। ଯାହା ମଧ୍ୟରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପାଟଣାଗଡ଼ରୁ ଜିତିଥିବା ପୂର୍ବତନ ରାଜ୍ୟ ବିଜେପି ସଭାପତି କେ.ଭି. ସିଂଦେଓ, ବ୍ରଜରାଜନଗରରୁ ଜିତିଥିବା ବରିଷ୍ଠ ନେତା ସୁରେଶ ପୂଜାରୀ, କେନ୍ଦୁଝରରରୁ ଜିତିଥିବା ମୋହନ ମାଝୀ ପ୍ରମୁଖ।

ଅନ୍ୟପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ଚେହେରା ବନିଥିବା ୫ ହେଭିୱେଟ ନେତା, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀଙ୍କ ଭଳି ଅଭିଜ୍ଞ ନେତାଙ୍କ ମଧ୍ୟରୁ ଜଣଙ୍କୁ ଦଳ ଏଠି ଦାୟିତ୍ୱ ଦେବାର ବି ସମ୍ଭାବନା ରହିଛି। ସେହିପରି ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନର ସିଏଜି ତଥା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା।

ଅଧିକ ପଢ଼ନ୍ତୁ: ୨୪ ଲଢେଇରେ ଚରମ ବିପର୍ଯ୍ୟୟ, ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟାରେ ବିଜେଡି...

କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ? ଜୁନ୍ ୧୦ ପାଇଁ ବିଜେପି ତା’ର କସରତ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବି ଆରମ୍ଭ ହୋଇଛି ପ୍ରକ୍ରିୟା। ଆସନ୍ତାକାଲି ଦିଲ୍ଲୀରେ ବସିବ ଦଳର ସଂସଦୀୟ ବୋର୍ଡ ବୈଠକ। ଏଥିପାଇଁ ରାଜ୍ୟ ବିଜେପିର କିଛି ନେତାଙ୍କୁ ହୋଇଛି ଦିଲ୍ଲୀ ଡାକରା।