ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ : ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ଏକାଥରକେ ୪ ଖେଳାଳି ଆହତ

ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ୨୩ ଜୁଲାଇରୁ ମାଞ୍ଚେଷ୍ଟରରେ ଖେଳାଯିବ । ଇଂଲଣ୍ଡ ୫ଟି ଟି୨୦ ସିରିଜରେ ୨-୧ରେ ଆଗୁଆ ରହିଛି । ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ପାଇଁ କର ବା ମର ପରିସ୍ଥିତି ଦେଖାଦେଇଛି । ଟିମର ୪ ଜଣ ଖେଳାଳି ଆହତ ହୋଇଛନ୍ତି । ଫଳରେ ଟିମ୍ ପାଇଁ ଚାପ ବଢିଛି । ପୂର୍ବରୁ ଟିମରେ ଅର୍ଶଦୀପ ସିଂ ଆହତ ହୋଇଥିବା ବେଳେ ଏବେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡିଙ୍କ ଆହତ ହୋଇଛନ୍ତି । […] The post ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ : ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ଏକାଥରକେ ୪ ଖେଳାଳି ଆହତ appeared first on KNews Odisha.

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ : ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ଏକାଥରକେ ୪ ଖେଳାଳି ଆହତ
rishabh

ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ୨୩ ଜୁଲାଇରୁ ମାଞ୍ଚେଷ୍ଟରରେ ଖେଳାଯିବ । ଇଂଲଣ୍ଡ ୫ଟି ଟି୨୦ ସିରିଜରେ ୨-୧ରେ ଆଗୁଆ ରହିଛି । ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ପାଇଁ କର ବା ମର ପରିସ୍ଥିତି ଦେଖାଦେଇଛି । ଟିମର ୪ ଜଣ ଖେଳାଳି ଆହତ ହୋଇଛନ୍ତି । ଫଳରେ ଟିମ୍ ପାଇଁ ଚାପ ବଢିଛି ।

ପୂର୍ବରୁ ଟିମରେ ଅର୍ଶଦୀପ ସିଂ ଆହତ ହୋଇଥିବା ବେଳେ ଏବେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡିଙ୍କ ଆହତ ହୋଇଛନ୍ତି । ଜିମରେ ପ୍ରଶିକ୍ଷଣ ନେବା ସମୟରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ସ୍କାନରୁ ଲିଗାମେଣ୍ଟରେ ଆଘାତ ଲାଗିଥିବା ଜଣାପଡିଛି ।

ନୀତିଶଙ୍କ ସହିତ ଦ୍ରୁତ ବୋଲର ଆକାଶ ଦୀପ ଏବଂ ଅର୍ଶଦୀପ ସିଂହ ମଧ୍ୟ ଆହତ ହୋଇଛନ୍ତି । ଏଥିପାଇଁ ହରିୟାଣା ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କୁ କଭର ଭାବରେ ଦଳରେ ସାମିଲ କରାଯାଇଛି ।

ନୀତିଶ ଲିଡ୍ସରେ ପ୍ରଥମ ଟେଷ୍ଟ ଖେଳି ନଥିଲେ, କିନ୍ତୁ ବର୍ମିଂହାମ ଏବଂ ଲର୍ଡସରେ ତାଙ୍କୁ ସୁଯୋଗ ମିଳିଥିଲା । ବର୍ମିଂହାମରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା । ସେହିପରି ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତ ମଧ୍ୟ ଆହତ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଏପରି ସ୍ଥଳରେ ଧ୍ରୁବ ଜୁରେଲଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିପାରେ ।

ଆକାଶଦୀପ, ଅର୍ଶଦୀପ ଏବଂ ରିଷଭ ପନ୍ତଙ୍କ ଆହତ ସମସ୍ୟା ଭାରତୀୟ ଟିମ୍ ପାଇଁ ଚାପ ବଢାଇଥିବା ବେଳେ ଏବେ ନୀତିଶ ରେଡ୍ଡୀ ଝଟକା ଦେଇଛନ୍ତି । ଏଥିପାଇଁ ଟିମରେ ଅଂଶୁଲ କମ୍ବୋଜଙ୍କୁ ଟିମରେ ସାମିଲ କରାଯାଇଛି ।

୨୪ ବର୍ଷୀୟ ଅଂଶୁଲ ଗତ ମାସରୁ ଭାରତ ଏ ଟିମର ଅଂଶ ରହିଥିଲେ । ସେଠାରେ ଦୁଇଟି ୩ ଦିବସୀୟ ମ୍ୟାଚ ଖେଳିଥିଲେ । ସେ ଦୁଇଟି ମ୍ୟାଚରେ ୫ଟି ୱିକେଟ ନେଇଛନ୍ତି । ଅଂଶୁଲ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୪ଟି ମ୍ୟାଚ ଖେଳି ୭୯ ୱିକେଟ ନେଇଛନ୍ତି ।

Also Read : ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଜର୍ସି ପିନ୍ଧିବ ୱେଷ୍ଟଇଣ୍ଡିଜ ଟିମ୍, ୧୮ କ୍ୟାରେଟ ସୁନାରେ କରାଯାଇଛି ଡିଜାଇନ

The post ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ : ବଢିଲା ଟିମ୍ ଇଣ୍ଡିଆର ସମସ୍ୟା, ଏକାଥରକେ ୪ ଖେଳାଳି ଆହତ appeared first on KNews Odisha.