କାହିଁକି ଏଯାଏଁ ବ୍ୟାଟିଂ କରିନାହାଁନ୍ତି CSKର ପୂର୍ବତନ କ୍ୟାପଟେନ୍? କାରଣ କହିଲେ କୋଚ୍
ମୁମ୍ୱାଇ ୨୭/୦୩: ଆଇପିଏଲ୍ ୨୦୨୪ ରେ ମୋଟ୍ ଦୁଇଟି ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଦୁଟି ଯାକ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ଆସିନାହାଁନ୍ତି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ଅର୍ଥାତ୍ ଗୋଟିଏ ହେଲେ ରନ୍ କରିବାକୁ ଆସିନାହାଁନ୍ତି ସେ । ତେବେ କାହିଁକି ଧୋନୀ ବ୍ୟାଟିଂ କରିବାକୁ ଆସିନାହାଁନ୍ତି ସେ ନେଇ ଖୁଲ୍ଲାସା କରିଛନ୍ତି ବ୍ୟାଟିଂ କୋଚ୍ ମାଇକ ହସି । ଏହା ଉପରେ ସେ ନିଜର ମତ ରଖିଛନ୍ତି । ମଙ୍ଗଳବାର ଦିନ ଚେନ୍ନାଇ ସିଜନରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ଗୁଜୁରାଟ ଟାଇଟାନ୍ସକୁ ୬୩ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୬ଟି ୱିକେଟ୍ ପାଇଁ ୨୦୨୬ ରନ୍ ସଂଗ୍ରହ କରିଥିଲା । ଶିବମ୍ ଦୁବେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରଚିନ୍ ରବିନ୍ଦ୍ର ୪୬ ରନ୍ ସଂଗ୍ରହ କରିଥିଲେ । ଏହାପୂର୍ବରୁ ସେ ତାଙ୍କର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲେ । ହେଲେ ଏପର୍ଯ୍ୟନ୍ତ ଧୋନି ଗୋଟିଏ ବି ବଲ ଖେଳି ନାହାଁନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଧୋନୀ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ଆଗରେ ବ୍ୟାଟିଂ କରିବାକୁ ପଠାଇଥିଲେ । ମଙ୍ଗଳବାର ଦିନ ଯୁବ ବ୍ୟାଟ୍ସମ୍ୟାନ୍ ସମୀର ରିଜଓ୍ୱି ତାଙ୍କ ଆଗରେ ବ୍ୟାଟିଂ କରିବାକୁ ଆସିଥିଲେ । ସାମ୍ବାଦିକ ସମ୍ମିଳନୀରେ ହସି କହିଛନ୍ତି ଯେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେ
ମୁମ୍ୱାଇ ୨୭/୦୩: ଆଇପିଏଲ୍ ୨୦୨୪ ରେ ମୋଟ୍ ଦୁଇଟି ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ୍ । ତେବେ ଦୁଟି ଯାକ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ଆସିନାହାଁନ୍ତି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ଅର୍ଥାତ୍ ଗୋଟିଏ ହେଲେ ରନ୍ କରିବାକୁ ଆସିନାହାଁନ୍ତି ସେ । ତେବେ କାହିଁକି ଧୋନୀ ବ୍ୟାଟିଂ କରିବାକୁ ଆସିନାହାଁନ୍ତି ସେ ନେଇ ଖୁଲ୍ଲାସା କରିଛନ୍ତି ବ୍ୟାଟିଂ କୋଚ୍ ମାଇକ ହସି ।
ଏହା ଉପରେ ସେ ନିଜର ମତ ରଖିଛନ୍ତି । ମଙ୍ଗଳବାର ଦିନ ଚେନ୍ନାଇ ସିଜନରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ଗୁଜୁରାଟ ଟାଇଟାନ୍ସକୁ ୬୩ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ୬ଟି ୱିକେଟ୍ ପାଇଁ ୨୦୨୬ ରନ୍ ସଂଗ୍ରହ କରିଥିଲା । ଶିବମ୍ ଦୁବେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରଚିନ୍ ରବିନ୍ଦ୍ର ୪୬ ରନ୍ ସଂଗ୍ରହ କରିଥିଲେ ।
ଏହାପୂର୍ବରୁ ସେ ତାଙ୍କର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲେ । ହେଲେ ଏପର୍ଯ୍ୟନ୍ତ ଧୋନି ଗୋଟିଏ ବି ବଲ ଖେଳି ନାହାଁନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଧୋନୀ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ଆଗରେ ବ୍ୟାଟିଂ କରିବାକୁ ପଠାଇଥିଲେ । ମଙ୍ଗଳବାର ଦିନ ଯୁବ ବ୍ୟାଟ୍ସମ୍ୟାନ୍ ସମୀର ରିଜଓ୍ୱି ତାଙ୍କ ଆଗରେ ବ୍ୟାଟିଂ କରିବାକୁ ଆସିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ହସି କହିଛନ୍ତି ଯେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ବ୍ୟାଟ୍ସମ୍ୟାନଙ୍କୁ ଯଥାସମ୍ଭବ ମ୍ୟାଚ୍କୁ ଆଗକୁ ନେବାକୁ ରୋକ୍ ଠୋକ୍ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ପଛର କାରଣ ହେଉଛି ଲାଗୁ ହୋଇଥିବା IMPACT ରୁଲ୍ । ଚେନ୍ନାଇର ବ୍ୟାଟିଂ ପ୍ରଶିକ୍ଷକ କହିଛନ୍ତି ଯେ ଇମ୍ପାକ୍ଟ ପ୍ଲେୟାର ନିୟମ ପ୍ରଣୟନ ହେବା ପରେ ଦଳର ବ୍ୟାଟିଂ ଅର୍ଡର ବହୁତ ଲମ୍ବା ହୋଇଯାଇଛି ।
ସେଥିପାଇଁ ଧୋନି ବ୍ୟାଟିଂ ଅର୍ଡ ବି ଚେଞ୍ଜ ହୋଇଯାଇଛି । ହସି ଆହୁରି ମଧ୍ୟ କହିଛନ୍ତି ଯଦିଓ ଧୋନି ଏପର୍ଯ୍ୟନ୍ତ ଗୋଟିଏ ବଲ ଖେଳି ନାହାଁନ୍ତି, ତଥାପି ସେ ଭଲ ଫର୍ମରେ ଥିବା ଜଣାପଡିଛି । ହସି କହିଛନ୍ତି, 'ମ୍ୟାଚ୍କୁ ଯଥା ସମ୍ଭବ ନେବାକୁ ଫ୍ଲେମିଂଙ୍କଠାରୁ ସିଧାସଳଖ ନିର୍ଦ୍ଦେଶ ରହିଛି ।
ଇମ୍ପାକ୍ଟ ଖେଳାଳି ନିୟମର ପରିଚୟ ସହିତ, ଆମେ ମୁଖ୍ୟତ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କୁ ଏକ ସୁଯୋଗ ଦେଇପାରିବା । ତେଣୁ ବ୍ୟାଟିଂ କ୍ରମ କ୍ରମାଗତ ଭାବରେ ଜାରି ରହିଛି। ମୁଁ ଭାବୁଛି ଆମେ ମହେନ୍ଦ୍ର ସିଂ ଧୋନିଙ୍କୁ ୮ ନମ୍ବରରେ ବ୍ୟାଟିଂ କରିବାକୁ ଯୋଜନା ରଖିଛୁ । ଯାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଅଟେ । ଏହି ସମୟରେ MSD ବହୁତ ଭଲ ବ୍ୟାଟିଂ କରୁଛନ୍ତି ।