କାହିଁକି ନଦୀକୁ ଡେଇଁଲେ ଛତ୍ରବଜାରର ପ୍ରଶାନ୍ତ? କାରଣ ଖୋଜୁଛି ପୋଲିସ
କଟକ ୧୬/୭: ଯୋବ୍ରା ନିକଟ ମହାନଦୀରେ ବୁଡି ଯୁଵକ ନିଖୋଜ ଘଟଣା । ଦୀର୍ଘ ୧୦ ଘଣ୍ଟା ରୁ ଅଧିକ ସର୍ଚ୍ଚ ଅପରେସନ ପରେ ମହାନଦୀରୁ ମିଳିଲା ମୃତଦେହ। ମୃତକ ଜଣଙ୍କ ହେଲେ ଛତ୍ରଵଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ସୋମବାର ରାତିରେ ବାଇକ ଧରି ଘରୁ ବାହାରିଥିଲେ ପ୍ରଶାନ୍ତ । ବିଳମ୍ବିତ ରାତି ଯାଏ ଘରକୁ ଫେରିନଥିଲେ । ପ୍ରଶାନ୍ତଙ୍କ ମୋବାଇଲ ସ୍ବିଚ ଅଫ ଥିବାରୁ ଘର ଲୋକେ ପୋଲିସର ସହାୟତା ନେଇଥିଲେ । ପ୍ରଶାନ୍ତଙ୍କ ଵାଇକ ଓ ଚପଲ ଯୋଵ୍ରା ନିକଟ ମାରି ଟାଇମ୍ ମ୍ୟୁଜିୟମ ପାଖରେ ଥିବା ବେଳେ ପ୍ରଶାନ୍ତଙ୍କର କୌଣସି ଖୋଜଖବର ମିଳିନଥିଲା । ପ୍ରଶାନ୍ତ ନଦୀରେ ବୁଡିଯାଇଥିଵା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ୬ ଘଣ୍ଟାର ଖୋଜାଖୋଜି ପରେ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପ୍ରଶାନ୍ତ ନିଜେ ନଦୀକୁ ଡେଇଁଛନ୍ତି ନା ଆଉ କିଏ ତାଙ୍କୁ ଠେଲି ଦେଇଛି ସେ ସଂପର୍କରେ ଜଣାପଡିନି । ପୋଲିସ ଘଟଣାର ଛାନ୍ଭିନ୍ କରୁଛି ।